ଆୟୋଜିତ ହେଲା ଦରିଦ୍ର ନାରାୟଣ ସେବା

ପୀଠ ପରିଷଦ - ଆଦିତ୍ୟ ବାହିନୀ - ଆନନ୍ଦ ବାହିନୀ, ପାରାଦ୍ଵୀପ ଶାଖା ଦ୍ଵାରା ଦରିଦ୍ର ନାରାୟଣ ସେବା

ଆୟୋଜିତ ହେଲା ଦରିଦ୍ର ନାରାୟଣ ସେବା

ଗୋବର୍ଦ୍ଧନ ମଠ,ପୁରୀ ପୀଠାଧିଶ୍ୱର ଶ୍ରୀମଦ୍ ଜଗଡଗୁରୁ ଶଙ୍କରାଚାର୍ଯ୍ୟଙ୍କ ମାର୍ଗ ଦର୍ଶନରେ ପରିଚାଳିତ ପୀଠ ପରିଷଦ - ଆଦିତ୍ୟ ବାହିନୀ - ଆନନ୍ଦ ବାହିନୀ, ପାରାଦ୍ଵୀପ ଶାଖା ତରଫରୁ ମାର୍ଗଶିର ମାସ ସପ୍ତମୀ ତିଥି ରବିବାର ତଥା ଇଂରାଜୀ ତା: ୦୮.୧୨.୨୦୨୪ରେ ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ ଶ୍ରୀଦୁର୍ଗା ମନ୍ଦିର ପ୍ରାଙ୍ଗଣ, ପାରାଦ୍ଵୀପରେ ଦରିଦ୍ର ନାରାୟଣଙ୍କୁ କମ୍ବଳ, ନୂତନ ଥାଳି ପ୍ରଦାନ କରିବା ସହିତ ପ୍ରସାଦ ସେବନ କରାଗଲା । ଏହି ମହତ୍ କାର୍ଯ୍ୟରେ ପାରାଦ୍ଵୀପ ଶାଖା ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ଶତପଥୀ, ଶ୍ରୀ ସୁବ୍ରତ କୁମାର ମଲ୍ଲିକ, କୁମାରୀ ଫୁଲୁଶ୍ରୀ ମନ୍ତ୍ରୀ, ଶ୍ରୀ ସଞ୍ଚିତ କୁମାର ବିଶ୍ଵାଳ, ଶ୍ରୀ ସୌମ୍ୟ ରଞ୍ଜନ ମଲ୍ଲିକ, ଶ୍ରୀ ବିଜୟ କୁମାର ନାୟକ, ଶ୍ରୀ ଯଦୁମଣି ସାହୁ ଆଦି ବହୁ ସମାଜସେବୀ ସହଯୋଗ କରିଥିଲେ । ପାରାଦ୍ଵୀପ ଶାଖା ସଚିବ ଶ୍ରୀକୁମାର ରାଜଗୁରୁ ମହାପାତ୍ର ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଅଂଶ ଗ୍ରହଣ କରିଥିବା ସମସ୍ତ ମହାନ ଆତ୍ମାଙ୍କୁ ସାଧୁବାଦ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ।