ମଝି ଆକାଶରେ ଚିକିତ୍ସା କରି ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ 

ମଝି ଆକାଶରେ ଚିକିତ୍ସା କରି ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ 

ମଝି ଆକାଶରେ ଚିକିତ୍ସା କରି ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ 

ମଝି ଆକାଶରେ ଚିକିତ୍ସା କରି ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ 

ମଝି ଆକାଶରେ ଉଡୁଥିଲା ପ୍ଲେନ୍‌ । ସମସ୍ତେ ନିଜନିଜ ଗନ୍ତବ୍ୟ ସ୍ଥଳକୁ ଯିବା ନେଇ ଉତ୍ସାହିତ ବି ଥିଲେ । କିନ୍ତୁ ଏହି ସମୟରେ ଘଟିଲା ଏକ ଅଘଟଣ। ସବୁ କିଛି ଠିକ୍ ଠାକ୍ ରହିଥିବା ବେଳେ ହଠାତ୍‌ ଜଣେ ବ୍ୟକ୍ତି ଅସୁସ୍ଥ ହୋଇ ପଡିଲେ । ଖାଲି ଅସୁସ୍ଥ ହେଲେ ତାହା ନୁହେଁ ବରଂ ଉଡନ୍ତା ବିମାନରେ ଅଚେତ୍‌ ମଧ୍ୟ ହୋଇ ଗଲେ। ଅଚେତ୍‌ ହେବା ଦେଖିବା ପରେ ସାଙ୍ଗେ ସାଙ୍ଗେ ବିମାନରେ ଥିବା କର୍ମଚାରୀ ମାନେ ପ୍ଲେନ୍ ରେ ଡାକ୍ତର କିଏ ଅଛନ୍ତି କି ବୋଲି ପଚାରିଥିଲେ । କର୍ତ୍ତୃପକ୍ଷଙ୍କ ଏପରି ଘୋଷଣା ପରେ କାଳ ବିଳମ୍ବ ନକରି ଜଗତସିଂହପୁରର ସାସଂଦ ଡାକ୍ତର ରାଜଶ୍ରୀ ମଲ୍ଲିକ ନିଜ ସିଟ୍‌ରୁ ଉଠି ପରିଚୟ ପ୍ରଦାନ କରିଥିଲେ । ଏହା ପରେ କାଳ ବିଳମ୍ବ ନକରି ସାଂସଦ ଡାକ୍ତର ଶ୍ରୀମତୀ ରାଜଶ୍ରୀ ମଲ୍ଲିକ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ।  

ତେବେ ପ୍ଲେନ୍‌ ଲ୍ୟାଣ୍ଡିଂ ହେବାକୁ ପାଖାପାଖି ଆହୁରି ୨୦ ମିନିଟ୍‌ ଥିଲା...ଆଉ ଏତିକି ସମୟ ଭିତରେ ଅସୁସ୍ଥ ବ୍ୟକ୍ତିଙ୍କୁ ଅକ୍ସିଜେନ୍‌ ଦେବା ସହିତ ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ ରାଜଶ୍ରୀ। ଚିକିତ୍ସା ପାଇବା ପରେ ସାମାନ୍ୟ ସୁସ୍ଥ ଅନୁଭବ କରିଥିଲେ ଅସୁସ୍ଥ ଯାତ୍ରୀ। ଏହା ପରେ ବିମାନ ବନ୍ଦରରେ ବିମାନ ଟି ପହଞ୍ଚିବା ପରେ ଅସୁସ୍ଥ ଯାତ୍ରୀ ଙ୍କୁ ତୁରନ୍ତ ସ୍ଥାନୀୟ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ବିମାନ ରେ ଅସୁସ୍ଥ ବେଳେ ଭଗବାନ ସଦୃଶ ସାଂସଦ ରାଜଶ୍ରୀ ମଲ୍ଲିକ ଉଭା ହୋଇଥିବା ରୁ ତାଙ୍କୁ ଅନେକ କୃତଜ୍ଞତା ଜ୍ଞାପନ କରିଥିବା ବେଳେ ବିମାନ ରେ ଉପସ୍ଥିତ ଅନ୍ୟ ଯାତ୍ରୀମାନେ ମଧ୍ୟ ସାଂସଦ ଙ୍କ ଏହି କାର୍ଯ୍ୟ କୁ ଭୂୟସୀ ପ୍ରଶଂସା କରିଥିଲେ। ପରେ ମେଡିକାଲ ରେ ପହଞ୍ଚି ସମ୍ପୁର୍ଣ୍ଣ ସୁସ୍ଥ ମନେ କରିଥିଲେ ଯାତ୍ରୀ ଜଣକ। ସାଂସଦ ଙ୍କ ଏହି ମହାନ୍ କାର୍ଯ୍ୟ ନେଇ ଚାରିଆଡକୁ ଶୁଭେଚ୍ଛା ର ସୁଅ ଛୁଟିଛି।