ନାନୋ ୟୁରିଆ ପରେ ଏବେ ନାନୋ ଡିଏପିକୁ ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର
କୃଷକଙ୍କ ପାଇଁ ଖୁସୀ ଖବର; ନାନୋ ୟୁରିଆ ପରେ ଏବେ ନାନୋ ଡିଏପିକୁ ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ଵର : କୃଷକଙ୍କ ପାଇଁ ଖୁସୀ ଖବର। ନାନୋ ୟୁରିଆ ପରେ ଏବେ ନାନୋ ଡିଏପି(ଡାଇ ଆମୋନିୟମ ଫସ୍ଫେଟ୍)କୁ ମଧ୍ୟ ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ, ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ଶନିବାର ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ଯେ, “ଉର୍ବରକ(ସାର) କ୍ଷେତ୍ରରେ ଆତ୍ମରନିର୍ଭରତାରେ ହେବାକୁ ଆଉ ଏକ ବଡ଼ ଉପଲବ୍ଧି। ନାନୋ ୟୁରିଆ ପରେ ଏବେ ନାନୋ ଡିଏପିକୁ ମଞ୍ଜୁରୀ ଦେଲେ ଭାରତ ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଜନ ଆତ୍ମନିର୍ଭର ଭାରତରେ ଏହି ସଫଳତା କୃଷକଙ୍କୁ ଅଧିକ ଲାଭ ଦେବ। ଏବେ ଗୋଟିଏ ବ୍ୟାଗ୍ ଡିଏପି ଗୋଟିଏ ବୋତଲ ଡିଏପି ଆକାରରେ ମିଳିବ।”
ସୂଚନାଯୋଗ୍ୟ ଯେ, ପୂର୍ବୁର ନାନୋ ୟୁରିଆକୁ ତରଳ ଭାବେ ବ୍ୟବହାର କରିବାକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିଲେ। ଏବେ ଡିଏପି ମଧ୍ୟ ଚାଷୀଙ୍କ ତରଳ ଭାବେ ବୋତଲରେ ମିଳିପାରିବ। IFFCO(ଇଣ୍ଡିଆନ ଫାର୍ମ୍ସ ଫର୍ଟିଲାଇଜର କୋପଅପରେଟିଭ) ଦ୍ୱାରା ବିକଶିତ ତରଳ ଡାଇ ଆମୋନିୟମ ଫସ୍ଫେଟ୍(ଡିଏପି) ବ୍ୟବହାର ଦ୍ୱାରା ଚାଷୀ ଅଧିକ ଲାଭବାନ ହେବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ସୂଚନା ଥାଉକି, ଭାରତୀୟ ଚାଷ କ୍ଷେତ୍ରରେ ୟୁରିଆ ପରେ ଡିଏପିକୁ ଅଧିକ ପରିମାଣରେ ବ୍ୟବହାର କରାଯାଇଥାଏ। ପ୍ରତିବର୍ଷ ୯୦ ଲକ୍ଷ ଟନ ଡିଏପି ବ୍ୟବହରା କରାଯାଉଛି। ଏଥିରୁ ଅଧିକାଂଶ ଆମାଦାନୀ କରାଯାଉଛି। ସେହିପରି ଦେଶରେ ଉତ୍ପାଦନ ହେଉଥିବା ଡିଏପି ପାଇଁ ମଧ୍ୟ କଞ୍ଚାମାଲ୍ ବିଦେଶରୁ ଆମଦାନୀ କରାଯାଇଥାଏ। ଏବେ ନାନୋ ଡିଏପି ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ନାନୋ ଡିଏପୀରକ ବାଣିଜ୍ୟିକ ଉତ୍ପାଦନ ରାସ୍ତା ଖୋଲିଛି। ଖୁବ୍ ଶୀଘ୍ର ନୋନୋ ଡିଏପି କୃଷକଙ୍କ ପାଇଁ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି।