ପୁଣି ପାଣ୍ଡିଆନଙ୍କ ଟାର୍ଗେଟ
ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାରେ ଲେଖାହେଲା ରୂପାନ୍ତରଣର ନୂଆ କାହାଣୀ। ଯୋରନ୍ଦା ମହିମାପୀଠର ରୂପାନ୍ତରଣ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାରେ ଲେଖାହେଲା ରୂପାନ୍ତରଣର ନୂଆ କାହାଣୀ। ଯୋରନ୍ଦା ମହିମାପୀଠର ରୂପାନ୍ତରଣ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯୋରନ୍ଦା ମହିମାଗାଦି ଭୂମିପୂଜନ କାର୍ୟ୍ୟକ୍ରମରେ ବିକାଶ ବିରୋଧୀଙ୍କୁ ପୁଣି ଟାର୍ଗେଟ କରିଛନ୍ତି ଭି.କେ ପାଣ୍ଡିଆନ ।
ସେ କହିଛନ୍ତି, ଭଳ କାମକୁ କିଛି ଲୋକ ବିରୋଧ କରନ୍ତି। କାମ ବନ୍ଦ କରିବାକୁ କିଛି ଲୋକ ମଧ୍ୟ ସିଏମଓକୁ ଚିଠି ପଠାଇଥିଲେ। କିଛି ଲୋକ ଅଛନ୍ତି କାମ କରନ୍ତି, ଶ୍ରେୟ ନେବାକୁ ଚାହାନ୍ତିନି । ଆଉ କିଛି ଲୋକ କାମ ବନ୍ଦ କରି ଶ୍ରେୟ ନେବାକୁ ଚେଷ୍ଟା କରନ୍ତି। ସେବା ମନୋଭାବ ନେଇ କାମ କରୁଥିବା ଲୋକ ବହୁତ କମ । ସେହି ବହୁତ କମ ଲୋକଙ୍କ ମଧ୍ୟରେ ଅଛନ୍ତି ଆପଣଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ।
ମହିମାଗାଦିର ରୂପାନ୍ତରୀକରଣ ପାଇଁ ଅର୍ଥ ମଞ୍ଜୁର ହୋଇଛି । ମହିମାଗାଦିର ବିକାଶ ପାଇଁ ୧୬୦ କୋଟି ଟଙ୍କା ଖର୍ଚ୍ଚ ହେବ । ମହିମା ଧର୍ମକୁ ବହୁତ ଭଲ ପାଆନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେବା , ସ୍ବଚ୍ଛତା, ସରଳତା, ସମାନତା, ନିସ୍ବାର୍ଥପରତାର ବାର୍ତ୍ତା ଦେଇ ଦେଇଥାଏ ଏହି ଧର୍ମ । ମହିମା ଧର୍ମ ଓଡ଼ିଶାର ନିଜସ୍ବ ଧର୍ମ । ଏହି ଧର୍ମକୁ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାର ସମସ୍ତ ୮୧ମହିମା ମନ୍ଦିରର ଉନ୍ନତି ପାଇଁ ଅର୍ଥ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସବୁ ମନ୍ଦିରର ବିକାଶ ପାଇଁ ୮୫ ଲକ୍ଷ ଲେଖାଏଁ ମଞ୍ଜୁର ହୋଇଛି ବୋଲି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ନିଜ ଅଭିଭାଷଣରେ କହିଛନ୍ତି।