ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗର ୨ ଗିରଫ
ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗର ୨ ଗିରଫ । ଗିରଫ କଲା କମିଶନରେଟ୍ ପୋଲିସ

ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗର ୨ ଗିରଫ । ଗିରଫ କଲା କମିଶନରେଟ୍ ପୋଲିସ । କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ କଲା ଗିରଫ। ରାଜଧାନୀର ୫ ଆପାର୍ଟମେଣ୍ଟର ୧୨ ଫ୍ଲାଟ୍ ରୁ ଲୁଟି କରିଛନ୍ତି ଏହି ଗ୍ୟାଙ୍ଗ। ଚନ୍ଦକା, ଇନ୍ଫୋସିଟ , ଭରତପୁର, ମାଞ୍ଚେଶ୍ୱର୍ ଥାନା ଅଂଚଳରେ ଏହି ଗ୍ୟାଙ୍ଗ କରିଛନ୍ତି ଲୁଟ । ଏମଜେ ଉଡ ଚନ୍ଦକା ଥାନା ଅଞ୍ଚଳ ଆପାର୍ଟମେଣ୍ଟ, ଇନ୍ଫୋସିଟ ଥାନା ଅଞ୍ଚଳ ରାଜ ବାଟିକା, ଭରତପୁର ଥାନା ଅଂଚଳରେ ଥିବା ଶ୍ରୀକ୍ଷେତ୍ର ଆପାର୍ତମେଣ୍ଟ ଓ ମଞ୍ଚେଶ୍ୱର ଥାନା ଅଂଚଳରେ ଥିବା ଏକ ଆପାର୍ଟମେଣ୍ଟର କରିଥିଲେ ଲୁଟ ।
ଲୁଟେରା ଗ୍ୟାଙ୍ଗ ବାହାର ରାଜ୍ୟର ହୋଇଥିବା ବେଳେ ଏମାନଙ୍କୁ ଧରିବା ପାଇଁ ସିସିଟିଭିରୁ ମିଳିଥିବା ଭିଜୁଆଲ ଅନୁସାରେ କିଛି ଦିନ ତଳେ ସର୍ବସାଧାରଣରେ ଫଟୋ ଜାରି କରିଥିଲା କମିସନରେଟ ପୋଲିସ । ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଏବେବି ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ଚାଲିଛି ପ୍ରୟାସ।