ରତ୍ନଭଣ୍ଡାର ଇତିହାସ
୧୮୦୫ରେ ପୁରୀର ମାଜିଷ୍ଟ୍ରେଟ୍ ଭାବେ ଦାୟିତ୍ୱ ତୁଲାଉଥିବା ଚାର୍ଲସ୍ ଗ୍ରୋମ୍ଙ୍କ ନେତୃତ୍ୱରେ ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଏକ ତାଲିକା ପ୍ରସ୍ତୁତ ହୋଇଥିଲା

୧୮୦୫ରେ ପୁରୀର ମାଜିଷ୍ଟ୍ରେଟ୍ ଭାବେ ଦାୟିତ୍ୱ ତୁଲାଉଥିବା ଚାର୍ଲସ୍ ଗ୍ରୋମ୍ଙ୍କ ନେତୃତ୍ୱରେ ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଏକ ତାଲିକା ପ୍ରସ୍ତୁତ ହୋଇଥିଲା ।
ଉକ୍ତ ତାଲିକା ମୁତାବକ, ରତ୍ନଭଣ୍ଡାରରେ ମୟୂର ପୁଚ୍ଛ ସଦୃଶ ସ୍ୱର୍ଣ୍ଣ ଅଳଙ୍କାର ରହିଛି । ଚନ୍ଦ. ସୂର୍ଯ୍ୟ, କିଆ ପତ୍ର ଭଳି ଏକ ଅଳଙ୍କାର ମଧ୍ୟ ରତ୍ନଭଣ୍ଡାରରେ ଅଛି ।
ରତ୍ନଭଣ୍ଡାରରେ ସମୁଦାୟ ୧୨୮ଟି ସୂର୍ଣ୍ଣ ମୁଦ୍ରା, ୧୨୯୭ ରୁପା ମୁଦ୍ରା, ୧୦୬ ତାମ୍ର ମୁଦ୍ରା, ୨୪ଟି ପୁରାତନ ପ୍ରଚଳିତ ମୁଦ୍ରା ଥିବା ୧୮୦୫ ଗଣତି ବେଳେ ଜଣାପଡ଼ିଥିଲା । ଏହା ସହ ୧୩୩୩ ପ୍ରକାରର ସୂତା ଶାଢ଼ି, ସିଲ୍କ ପାଟ, ଧୋତି ଆଦି ସେସମୟରେ ରତ୍ନଭଣ୍ଡାରରୁ ପ୍ରାପ୍ତ ହୋଇଥିଲା ।