ସମାଜ ରେ ହେଉଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ଉପରେ ଏଥର ମନ୍ଥିବ ମନ୍ଥନ

ଦୈନିକ ସମ୍ବାଦପତ୍ର ‘ମନ୍ଥନ’ର ଡିଜିଟାଲ ଚ୍ୟାନେଲ ଓ ୱେବ୍‌ ପୋର୍ଟାଲର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ

ସମାଜ ରେ ହେଉଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ଉପରେ ଏଥର ମନ୍ଥିବ ମନ୍ଥନ

ଭୁବନେଶ୍ୱର, ୧୪୭(ନି.ପ୍ର.): ସାରା ଓଡ଼ିଶାରେ ଦୀର୍ଘ ୨୮ ବର୍ଷ ଧରି ଲୋକଙ୍କ ବିଶ୍ଵାସ ଓ ଭରସା ବଜାୟ ରଖୁଥ‌ିବା ଦୈନିକ ସମ୍ବାଦପତ୍ର ‘ମନ୍ଥନ’ ସମ୍ବାଦ ପରିବେଷଣ କ୍ଷେତ୍ରରେ ଆଉ ପାଦେ ଆଗେଇଛି । ଏହି ପରିପ୍ରେକ୍ଷିରେ ମନ୍ଥନ ପକ୍ଷରୁ ତାର ନିଜସ୍ବ ଡିଜିଟାଲ ଚ୍ୟାନେଲ ଓ ୱେବ୍‌ ପୋର୍ଟାଲର ଶୁଭ ଉଦଘାଟନ ହୋଇଯାଇଛି । ଏହି ଅବସରରେ ଏକ ଉନ୍ମୋଚନ ଉତ୍ସବ ଆୟୋଜିତ ହୋଇଥିଲା । ଏଥିରେ ମନ୍ଥନ ର ମୁଖ୍ୟ ସମ୍ପାଦକ ତଥା ପୃଷ୍ଠପୋଷକ ଶରତ ରାଉତଙ୍କ ତତ୍ତ୍ଵାବଧାନରେ ଏହି ଉନ୍ମୋଚନ ଉତ୍ସବରେ ସାରା ରାଜ୍ୟର ସମସ୍ତ ଜିଲ୍ଲାରୁ ବିଭିନ୍ନ ସାମ୍ବାଦିକ ମାନେ ଯୋଗଦାନ କରି ଏହାକୁ ସଫଳ କରିଥିଲେ। ବର୍ତ୍ତମାନ ସମୟରେ ୱେବ୍‌ ପୋର୍ଟାଲର ପ୍ରଭାବ ବୃଦ୍ଧି ପାଉଛି, ତେଣୁ ଏକ ଭରସାଯୋଗ୍ୟ ଗଣମାଧମ ହିସାବରେ ଲୋକଙ୍କୁ ୨୮ ବର୍ଷ ସେବା ଦେବା ପରେ ଏବେ ଡିଜିଟାଲ ପ୍ଲାଟଫର୍ମ ରେ ପ୍ରବେଶ କରିବାକୁ ଯାଉଛି । ଏହି ଅବସରରେ ମନ୍ଥନ ର ଲୋଗୋ, ଜର୍ସି ଓ ବୁମ୍ ସର୍ବ ସାଧାରଣ ରେ ଲୋକାର୍ପିତ ହୋଇଛି ।

ଆଜି ସକାଳ ୧୦ ଘଟିକା ସମୟରେ ଭୁବନେଶ୍ଵର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ସାମ୍ବାଦିକ ରବି ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସାଂପ୍ରତିକ ସମାଜରେ ଡିଜିଟାଲ ଗଣମାଧମର ଗୁରୁତ୍ବାରୋପ କରିଥିଲେ । ୨୮ ବର୍ଷ ଧରି ସାପ୍ତାହିକ ଓ ଦୀର୍ଘ ୧୫ ବର୍ଷ ଧରି ଦୈନିକ ଖବରକାଗଜ ହିସାବରେ ମନ୍ଥନ ତାର କର୍ତ୍ତବ୍ୟ ସଠିକ୍ ରୂପେ ସଂପାଦନ କରିବା ସହ ଲୋକଙ୍କର ସଚ୍ଚା ମାଧ୍ୟମ ପାଲଟି ଏକ ଆସ୍ଥାଭାଜନ ହୋଇ ପାରିଛି । ସମ୍ମାନିତ ଅତିଥି ଭାବରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ‘ମନ୍ଥନ’ କୁ ଆଗାମୀ ନୂଆ ପୋର୍ଟାଲ ପାଇଁ ଶୁଭେଚ୍ଛା ଜଣାଇବା ସହ ସାମ୍ବାଦିକ ମାନଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ ।


ଅନ୍ୟତମ ଅତିଥି ତଥା ବିଧାୟକ ଅନନ୍ତ ନାରାୟଣ ଜେନା ‘ମନ୍ଥନ’କୁ ତାର ଆଗାମୀ ଦିନ ପାଇଁ ଶୁଭେଚ୍ଛା ଜଣାଇବା ସହ ଲୋକଙ୍କ ପାଖରେ ଭରଷା ବଜାୟ ରଖିବାକୁ ଆଶାପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ, ଅଧ୍ୟାପକ ବିଶ୍ବରଂଜନ, ସମାଜସେବୀ ଦିପ୍ତିରେଖା ପଟ୍ଟନାୟକ, ସମାଜସେବୀ ବାପୁ ଓଝା, ସମାଜସେବୀ ରବି ମହାରଣା, ଉତ୍କଳ ସାମ୍ବାଦିକ ସଂଘ ସଭାପତି ବିଭୂତି ଭୂଷଣ କର, ବିଜେପି ନେତା କେଶବ ସ୍ୱାଇଁ, ବରିଷ୍ଠ ସାମ୍ବାଦିକ କିଶୋର ମଙ୍ଗରାଜ, ଦୂରଦର୍ଶନର ବରିଷ୍ଠ ସଂସ୍ଖଳକ ଦେବବ୍ରତ ଦାସ, ବରିଷ୍ଠ ସାମ୍ବାଦିକ ପ୍ରଦୀପ କୁମାର ରାଉତ, କବି କେଦାର ମିଶ୍ର, ବିଜେଡ଼ି ନେତା ମାନସ ବସ୍ତିଆ, ବରିଷ୍ଠ ଆଇନଜୀବି ସୁମନ୍ତ ସ୍ୱାଇଁ, ସ୍ତମ୍ଭକାର ରଙ୍ଗାଚରଣ ପ୍ରଧାନ, ବରିଷ୍ଠ ସାମ୍ବାଦିକ ଅଜିତ ରଥ ଯୋଗଦେଇ ନିଜର ମତ ରଖିଥିଲେ ।


ଏହି କାର୍ଯ୍ୟକ୍ରମକୁ ମନ୍ଥନ ୱେବ୍‌ ପୋର୍ଟାଲର ମୁଖ୍ୟ ସମ୍ପାଦକ ସତ୍ୟଜିତ ମହାପାତ୍ର ପରିଚାଳନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ସତ୍ୟବାଦୀ ନାୟକ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାରୁ ବହୁ ସାମ୍ବାଦିକ, ଶୁଭେଚ୍ଛୁ ଓ ସହଯୋଗୀମାନେ ଉପସ୍ଥିତ ରହି ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ।