ଓଡ଼ିଶାର ନୂଆ ରେକର୍ଡ; ପଣ୍ୟ କାରବାରରେ ଦେଶରେ ପ୍ରଥମ ସ୍ଥାନ ଅଧିକାର କଲା ପାରାଦୀପ
ପାରାଦୀପ ବନ୍ଦର ପଣ୍ୟକାରବାର ରେକର୍ଡ ସୃଷ୍ଟି କରିଛି। ଚଳିତବର୍ଷ ପାରାଦୀପ ବନ୍ଦରର ପଣ୍ୟ କାରବାର ଦେଶରେ ପାରାଦୀପ ପ୍ରଥମ ହୋଇଛି।

ପାରାଦୀପ ବନ୍ଦର ପଣ୍ୟକାରବାର ରେକର୍ଡ ସୃଷ୍ଟି କରିଛି। ଚଳିତବର୍ଷ ପାରାଦୀପ ବନ୍ଦରର ପଣ୍ୟ କାରବାର ଦେଶରେ ପାରାଦୀପ ପ୍ରଥମ ହୋଇଛି। ଚଳିତ ବର୍ଷ ୧୪୫.୩୮ ମିଲିୟନ୍ ମେଟ୍ରିକ ଟନ୍ ପଣ୍ୟ କାରବାର ହୋଇଛି। ପୂର୍ବରୁ ଲଗାତାର ପ୍ରଥମ ହେଉଥିଲା ଗୁଜରାଟ ଦୀନଦୟାଲ ପୋର୍ଟ। ଚଳିତ ଆର୍ଥିକ ବର୍ଷ ସରିବାର ଯଥେଷ୍ଟ ପୂର୍ବରୁ ୧୦୦ ନିୟୁତ ଟନ୍ ଟପିଥିଲା।
କ୍ରମାଗତ ଭାବେ ସାତ ବର୍ଷ ଧରି ପାରାଦୀପ ବନ୍ଦର ପଣ୍ୟ କାରବାର ୧୦୦ ଏମ୍.ଏମ୍.ଟିରୁ ଉର୍ଦ୍ଧ ପଣ୍ୟ କାରବାର କରିବା ରେ ସଫଳତା ହାସଲ କରିଛି। ପ୍ରଥମ ଥର ପାଇଁ ୨୦୧୭-୧୮ ଆର୍ଥିକ ବର୍ଷ ରେ ୧୦୨.୦୧ ଏମ୍.ଏମ୍.ଟି. ପଣ୍ୟ କାରବାର କରି ୧୦୦ ଏମ୍.ଏମ୍.ଟି. ଅତିକ୍ରମ କରିବା ପରେ ୨୦୧୮-୧୯ ଆର୍ଥିକ ବର୍ଷରେ ୧୦୯.୨୭ ଏମ୍.ଏମ୍.ଟି., ୨୦୧୯-୨୦ ଆର୍ଥିକ ବର୍ଷ ରେ ୧୧୨.୬୯ ଏମ୍.ଏମ୍.ଟି. ପଣ୍ୟ କାରବାର କରି ସମଗ୍ର ଦେଶରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିଲା।