ଓଡ଼ିଶାର ୧୧ ପୋଲିସ ଅଧିକାରୀଙ୍କୁ ମିଳିବ ପ୍ରଶଂସନୀୟ ସେବା ପଦକ

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଜାତୀୟ ସାହସିକତା ଓ ସେବା ପୁରସ୍କାର ଘୋଷଣା କରାଯାଇଛି ।

ଓଡ଼ିଶାର ୧୧ ପୋଲିସ ଅଧିକାରୀଙ୍କୁ ମିଳିବ ପ୍ରଶଂସନୀୟ ସେବା ପଦକ

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଜାତୀୟ ସାହସିକତା ଓ ସେବା ପୁରସ୍କାର ଘୋଷଣା କରାଯାଇଛି । ୧୧୩୨ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ପୁରସ୍କାର ଘୋଷଣା କରାଯାଇଛି । ପୋଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ, ଡିଫେନ୍ସ ବର୍ଗ ପାଇଁ ପୁରସ୍କାର ଘୋଷଣା ହୋଇଛି । ଉଲ୍ଲେଖନୀୟ ସେବା ଓ ସାହସିକତା ପାଇଁ ମିଳିବ ଏହି ସମ୍ମାନ । ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ପୁରସ୍କାର ତାଲିକା ପ୍ରକାଶ ପାଇଛି । ୨୭୭ ଜଣଙ୍କୁ ମିଳିବ ସାହାସିକତା ପୁରସ୍କାର । ଓଡ଼ିଶାର ୧୫ ଜଣ ପାଇବେ ସାହାସିକତା ପୁରସ୍କାର ।

ସେହିଭଳି ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲାଙ୍କୁ ମିଳିବ ରାଷ୍ଟ୍ରପତି ପଦକ । କନଷ୍ଟେବଲ ସଂଯୁକ୍ତା ପଟ୍ଟନାୟକ ରାଷ୍ଟ୍ରପତି ପଦକ ପାଇବେ ।

ସେହିଭଳି ଓଡ଼ିଶାର ୧୧ ପୋଲିସ ଅଧିକାରୀଙ୍କୁ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯିବ । ଆଇଜି ସତ୍ୟବ୍ରତ ଭୋଇଙ୍କ ସହ ୩ ଜଣ ଡିଏସପି ରାଙ୍କ ଅଧିକାରୀ ପାଇବେ ପଦକ । ଡିଏସପି ସାରଦା ପ୍ରସନ୍ନ ପ୍ରଧାନଙ୍କୁ ମିଳିବ ସମ୍ମାନ । ଡିଏସପି ପ୍ରଦୀପ ସାମଲ ଓ ପ୍ରଶାନ୍ତ ସାହୁଙ୍କୁ ମିଳିବ ସମ୍ମାନ । ଇନ୍ସପେକ୍ଟର ରଶ୍ମୀରଞ୍ଜନ ମହାପାତ୍ର ପାଇବେ ପଦକ । ଡେପୁଟି କମାଣ୍ଡାଣ୍ଟ ରଜତ କେରକେଟା ପାଇବେ ପୁରସ୍କାର । ହାବିଲଦାର ଦିଲ୍ଲୀପ କୁମାର ନାଏକ ପାଇବେ ପଦକ । ଏଏସଆଇ ବିଜୟ କୁମାର ପ୍ରଧାନ ପାଇବେ ପୁରସ୍କାର । ସିପାହୀ ବନମାଳୀ ରାୟ, ନାମବାହଦୁର ଛେତ୍ରୀଙ୍କୁ ମିଳିବ ସମ୍ମାନ ।