ଆସନ୍ତା ୨୦ରେ ବସ ଧର୍ମଘଟ ଡକରା
ପୂଜା ବେଳେ ଘରକୁ ଯିବାକୁ ହେବେ ହଇରାଣ! ଆସନ୍ତା ୨୦ରେ ବସ ଧର୍ମଘଟ ଡକରା ।

ପୂଜା ବେଳେ ଘରକୁ ଯିବାକୁ ହେବେ ହଇରାଣ! ଆସନ୍ତା ୨୦ରେ ବସ ଧର୍ମଘଟ ଡକରା । ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବସ ଧର୍ମଘଟ ଡାକରା । ପୁଣି ଧର୍ମଘଟ ଡାକରା ଦେଲା ବସ ମାଲିକ ସଂଘ । ଘରୋଇ ବସ ମାଲିକ ସଂଘ ସମ୍ପାଦକ ଏନେଇ ବୟାନ ଦେଇ କହିଛନ୍ତି, ଲକ୍ଷ୍ମୀ ଯୋଜନା ଆମ ପାଇଁ କ୍ଷତିକାରକ । ଏଭଳି ଭୁଲ ସ୍କିମକୁ ସରକାର ବନ୍ଦ କରନ୍ତୁ ।
ଆମର ଇଚ୍ଛା ନଥିଲେ ବି ବନ୍ଦ ନିଷ୍ପତ୍ତି ନେଇଛୁ । କାଲି ସୁଦ୍ଧା ନିଷ୍ପତ୍ତି ନେଲେ ଆମେ ବନ୍ଦରୁ ଓହରିବୁ । ବନ୍ଦ ନିଷ୍ପତ୍ତି ପାଇଁ ଆମେ ଲୋକଙ୍କୁ କ୍ଷମା ମାଗୁଛୁ । ପୂଜା ବେଳେ ଧର୍ମଘଟ କରିବା ଆମର ଉଦ୍ଦେଶ୍ୟ ନୁହେଁ । ପୂଜା ସହ ବନ୍ଦର କୌଣସି ସମ୍ପର୍କ ନାହିଁ । ନୂଆ ବସ ଦେବାକୁ ଆମକୁ କୁହାଗଲା । ଆମେ କେଉଁଠୁ ଟଙ୍କା ଆଣି ନୂଆ ବସ ଯୋଗାଇବୁ ।