ନବଦାସଙ୍କ ମୃତ୍ୟୁକୁ ପୂରିଲା ବର୍ଷେ
ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ମୃତ୍ୟୁକୁ ପୂରିଲା ବର୍ଷେ

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ମୃତ୍ୟୁକୁ ପୂରିଲା ବର୍ଷେ । ସୋମବାର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ସହର ସ୍ଥିତ ମନମୋହନ ସ୍କୁଲ ପଡିଆରୁ ଏକ ମିନି ମାରାଥନର ଅନୁଷ୍ଠିତ ହୋଇଛି ।
ସକାଳ ୮ଟାରୁ ଏହି ମାରାଥନର ଆୟୋଜନ ହୋଇଥିଲା । ମନମୋହନ ଏମଇ ସ୍କୁଲ ପଡିଆରୁ ବାହାରିଥିବା ମିନି ମାରାଥନକୁ ନବଦାସଙ୍କ ଝିଅ ବିଧାୟିକା ଦୀପାଳି ଦାସ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହା ପୁରୁଣା ବସଷ୍ଟାଣ୍ଡ ପର୍ୟ୍ୟନ୍ତ ଯାଇ ଗାନ୍ଧିଛକ ନିକଟରେ ଶେଷ ହୋଇଛି । ଦିନ ୧୧ଟାରେ ଏସ୍ପି ଅଫିସ ସମ୍ମୁଖ ତିନି କୋଣିଆ ଛକରେ ନବଦାସଙ୍କ ପ୍ରତିମୂର୍ତ୍ତି ଅନାଵରଣ କରାଯିବ । ଏହାପରେ ସେହି ସ୍ଥାନକୁ ନବଦାସ ଛକ ଭାବେ ଘୋଷଣା କରାଯିବ। ପରେ ଦିନ ୧୨ଟାରେ ମନମୋହନ ସ୍କୁଲ ପଡିଆରେ ସର୍ଵଧର୍ମ ସ୍ମୃତି ସଭା ଅନୁଷ୍ଠିତ ହେବ।
ସୂଚନାଯୋଗ୍ୟ ଯେ, ଗତ ବର୍ଷ ଜାନୁଆରୀ ୨୯ ତାରିଖ ଦିନ ଝାରସୁଗୁଡ଼ାର ବ୍ରଜରାଜନଗରରେ ଏକ ସାଧାରଣ ସଭାରେ ଯୋଗଦେବାକୁ ଯାଉଥିଲେ । ଏହି ସମୟରେ ପୋଲିସ ଗୁଳିରେ ନବ ଦାସଙ୍କ ଜୀବନ ଚାଲିଯାଇଥିଲା । ଇତିମଧ୍ୟରେ ନବଦାସଙ୍କ ମୃତ୍ୟୁକୁ ବର୍ଷେ ଟପିଯାଇଛି ।