ମାଣିକପୁରରେ ହନୁମାନ ଜୟନ୍ତୀ, ବାଇକ ରେ ବିଶାଳ ଶୋଭାଯାତ୍ରା

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମାଣିକପୁର ଅଧିନ କେଶରୀନଗର ଠାରେ ହନୁମାନ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।

ମାଣିକପୁରରେ ହନୁମାନ ଜୟନ୍ତୀ,  ବାଇକ ରେ ବିଶାଳ ଶୋଭାଯାତ୍ରା

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମାଣିକପୁର ଅଧିନ କେଶରୀନଗର ଠାରେ ହନୁମାନ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଚାନ୍ଦିପୁଟଠାରୁ ପ୍ରାୟ ୨ ହଜାର ମହିଳା କଳସ ଯାତ୍ରାରେ ଆସି ହନୁମାନ ମନ୍ଦିରରେ ପହଞ୍ଚିଥିଲେ। ଗଙ୍ଗା ଆବାହନ ସହ ହନୁମାନ ଜୟନ୍ତୀ ମହୋତ୍ସବ ଆରମ୍ଭ ହୋଇଥିଲା। ଶୁକ୍ରବାର ହନୁମାନ ମନ୍ଦିରରେ ଘୃତଯଜ୍ଞ, ୧୦୮ ହନୁମାନ ଚାଳିଶା, ନାମଯଜ୍ଞ, ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ ପରେ ଜ୍ଞାନଯଜ୍ଞ ଓ ଅନ୍ନ ଯଜ୍ଞ ହୋଇଥିଲା। ଏହି ମହୋତ୍ସବରେ ଗଜପତି ଓ କନ୍ଧମାଳ ଜିଲ୍ଲାରୁ ପ୍ରାୟ ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ବଜରଙ୍ଗ ଦଳ ପକ୍ଷରୁ ଏକ ବିଶାଳ ବାଇକ ଶୋଭାଯାତ୍ରା କର।ଯାଇଥିଲା। ଜିରାଙ୍ଗ, ସେରଙ୍ଗ, ବ୍ରାହ୍ମଣୀଗାଁ, ତପ୍ତପାଣି ଆଦି ୪ଟି ସ୍ଥାନରୁ ବଜରଙ୍ଗ ଦଳ କର୍ମୀ ବାଇକ୍ ଶୋଭାଯାତ୍ରା କରି ମୋହନା ହାଇସ୍କୁଲ୍ ପଡିଆଠାରେ ଏକାଠି ହୋଇଥିଲେ। ସେଠାରୁ ପ୍ରାୟ ୧ ହଜାର ବାଇକ ଶୋଭାଯାତ୍ରାରେ ବାହାରି ଟେଣାମା ଗାଁ ପରିକ୍ରମା ପରେ ମୋହନା ବଜାର ପରିକ୍ରମା କରି ମାଣିକପୁର ହନୁମାନ ମନ୍ଦିରରେ ପହଞ୍ଚିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଓ ସଂଘ ପରିବାରର ବରିଷ୍ଠ କାର୍ଯ୍ୟକର୍ତ୍ତା ଅଶୋକ ରଣଜିତ୍, ତରଣୀ ସେନ ଦାସ, ପ୍ରଶାନ୍ତ ସୁବୁଦ୍ଧି, କୈଳାସ ରଣଜିତ, ବଙ୍ଗାଳୀ ଜାନୀ, ଅମୂଲ୍ୟ ପାତ୍ର , ନରେନ୍ଦ୍ର ଜlନୀ ପ୍ରମୁଖ ପରିଚାଳନା କରିଥିଲେ।