ଗଣେଶ ପୂଜା ଭୋଗ ଖାଇ ୩୫ରୁ ଅଧିକ ଅସୁସ୍ଥ
ଗଣେଶ ପୂଜା ଭୋଗ ଖାଇ ୩୫ ରୁ ଅଧିକ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ଗଣେଶ ପୂଜା ଭୋଗ ଖାଇ ୩୫ ରୁ ଅଧିକ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି। ବାହାନଗା ବ୍ଲକ ପଣପଣା ପଂଚାୟତ ସରସତିଆ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ଗତକାଲି ଗଣେଶ ପୂଜା ଭୋଗ ଖାଇ ଅସୁସ୍ଥ ହୋଇଥିବା ଦେଖିବାକୁ ମିଳିଛି।
ସୂଚନା ମୁତାବକ ଏହି ଗ୍ରାମର ୧୫ନମ୍ବର ୱାର୍ଡ ଜେନା ସାହିରେ ଗତକାଲି ଗଣେଶ ପୂଜା କରାଯାଇଥିଲା । ପ୍ରସାଦ ସେବନର ବି ଆୟୋଜନ କରାଯାଇଥିଲା। ତେବେ ସବୁ ସରିବା ପରେ ଗତକାଲି ବିଳମ୍ବିତ ରାତି ସମୟରେ ଝାଡ଼ାବାନ୍ତି ଲାଗି ରହିଥିବା ଦେଖିବାକୁ ମିଳିଛି ।
ପାଖାପାଖି ୩୫ରୁ ଅଧିକ ବ୍ୟକ୍ତି ଗୁରୁତର ଅବସ୍ଥାରେ ଖନ୍ତାପଡା ଗୋଷ୍ଠୀ ଡାକ୍ତରଖାନାରେ ଚିକିତ୍ସାଧିନ ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଖବରପାଇ ଏକ ଡ଼ାକ୍ତରୀଦଳ ଗ୍ରାମରେ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା ସହିତ ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି ।