ଦେବପ୍ରସାଦ ଦାଶଙ୍କ ଉପରୁ ଉଠିଲା ନିଲମ୍ବନ
ଦେବପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଯାଇଛି

ଦେବପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଯାଇଛି । ଓଏଏସ ଅଧିକାରୀ ଶ୍ରୀ ଦାଶଙ୍କ ଉପରୁ ରାଜ୍ୟ ସରକାର ନିଲମ୍ବନ ଆଦେଶ ଉଠାଇ ଦେଇଛନ୍ତି । ଏଥିସହ ତାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଦାୟିତ୍ୱ ପ୍ରଦାନ କରାଯାଇଛି । ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶ ଯେ ଶ୍ରୀ ଦାଶଙ୍କୁ ସରକାର ୨୦୧୮ ମସିହା ମେ ୨୮ ତାରିଖ ଦିନ ଚାକିରିରୁ ନିଲମ୍ବନ କରିଥିଲେ ।