ମହାରାଷ୍ଟ୍ରରେ ବିଜେପିରେ ଯୋଗ ଦେଲେ ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ବୋହୂ
ପୂର୍ବତନ କେନ୍ଦ୍ର ଗୃହ ମନ୍ତ୍ରୀ ଏବଂ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ବୋହୁ ଅର୍ଚନା ପାଟିଲ ଚାକୁରକର ଆଜି ମହାରାଷ୍ଟ୍ରରେ ବିଜେପିରେ ଯୋଗ ଦେଇଛନ୍ତି।

ପୂର୍ବତନ କେନ୍ଦ୍ର ଗୃହ ମନ୍ତ୍ରୀ ଏବଂ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ବୋହୁ ଅର୍ଚନା ପାଟିଲ ଚାକୁରକର ଆଜି ମହାରାଷ୍ଟ୍ରରେ ବିଜେପିରେ ଯୋଗ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏବଂ ଅନ୍ୟ ଦଳୀୟ ନେତାଙ୍କ ଉପସ୍ଥିତିରେ ଅର୍ଚନା ପାଟିଲ ଆଜି ବିଜେପିରେ ଯୋଗ ଦେଇଛନ୍ତି। ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ଦେବେନ୍ଦ୍ର ଫଡ଼ନାବିସ କହିଛନ୍ତି, ଅର୍ଚନା ପାଟିଲ ଚାକୁରକରଙ୍କର ବିଜେପିରେ ଯୋଗଦାନ ଦ୍ବାରା ଦଳ ଅଧିକ ସୁଦୃଢ଼ ହେବ।
ଅର୍ଚନାଙ୍କ ଶ୍ବଶୂର ଶିବରାଜ ପାଟିଲ ଜୁଲାଇ ୧୦, ୧୯୯୧ରୁ ମେ' ୨୨ ୧୯୯୬ ପର୍ଯ୍ୟନ୍ତ ଲୋକସଭା ବାଚସ୍ପତି ଥିଲେ। ୨୦୦୪ରୁ ୨୦୦୮ ମଧ୍ୟରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉପା ସରକାର ଅଧୀନରେ କେନ୍ଦ୍ର ଗୃହ ମନ୍ତ୍ରୀ ଥିଲେ। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମୟରେ ମଧ୍ୟ ପାଟିଲ କେନ୍ଦ୍ର ଗୃହ ମନ୍ତ୍ରୀ ଥିଲେ।