ଏସିଆନ ଚାମ୍ପିଅନସ ଟ୍ରଫି ହକି ପାଇଁ ଘୋଷିତ ଭାରତୀୟ ଦଳରେ ଅମିତ ରୋହିଦାସ ଓଡ଼ିଶାର ଏକମାତ୍ର ଖେଳାଳି
ଆସନ୍ତାମାସରେ ଚେନ୍ନାଇରେ ଖେଳାଯିବାକୁ ଥିବା ଏସିଆନ ଚାମ୍ପିଅନସ ଟ୍ରଫି ହକି ପାଇଁ ୧୮ ଜଣିଆ ହକି ଦଳ ଘୋଷଣା କରାଯାଇଛି

ଆସନ୍ତାମାସରେ ଚେନ୍ନାଇରେ ଖେଳାଯିବାକୁ ଥିବା ଏସିଆନ ଚାମ୍ପିଅନସ ଟ୍ରଫି ହକି ପାଇଁ ୧୮ ଜଣିଆ ହକି ଦଳ ଘୋଷଣା କରାଯାଇଛି । ଘୋଷିତ ଦଳରେ ଓଡ଼ିଶାର ଏକମାତ୍ର ଖେଳାଳି ଭାବେ ଅମିତ ରୋହିଦାସ ସହ ସ୍ଥାନ ପାଇଛନ୍ତି। ହରମନପ୍ରୀତ ସିଂହ ଦଳର ନେତୃତ୍ବ ନେବେ । ହାର୍ଦ୍ଦିକ ସିଂହଙ୍କୁ ଦଳର ଉପଅଧିନାୟକ କରାଯାଇଛି।
ଅଗଷ୍ଟ ମାସ ୩ ତାରିଖରୁ ୧୨ ତାରିଖ ଯାଏଁ ଚେନ୍ନାଇର ମେୟର ରାଧାକୃଷ୍ଣନ ଷ୍ଟାଡିୟମରେ ଏସିଆନ ଚାମ୍ପିଅନସ ଟ୍ରଫି ଖେଳାଯିବ । ଗ୍ରୁପ ପର୍ଯ୍ୟାୟରେ ଭାରତ ଦକ୍ଷିଣ କୋରିଆ, ମାଲେସିଆ, ପାକିସ୍ତାନ, ଜାପାନ ଓ ଚୀନର ମୁକାବିଲା କରିବ । ଚୀନର ହାଙ୍ଗଝୁ ଏସିଆନ ଗେମ୍ସ ପୂର୍ବରୁ ଚେନ୍ନାଇ ଏସିଆନ ଚାମ୍ପିଅନସ ଟ୍ରଫି ହକି ଭାରତୀୟ ଦଳ ପାଇଁ ଏକ ପ୍ରସ୍ତୁତି ଟୁର୍ଣ୍ଣାମେଣ୍ଟ ହେବ ।