ଆଜି ଅପରାହ୍ଣ ୩ଟା ୩୦ରେ ଗଡ଼ିବ ରୁକୁଣା ରଥ

ଆଜି ପବିତ୍ର ଅଶୋକାଷ୍ଟମୀ। ପ୍ରଭୁ ଲିଙ୍ଗରାଜଙ୍କର ଗଡ଼ିବ ରୁକୁଣା ରଥ

ଆଜି ଅପରାହ୍ଣ ୩ଟା ୩୦ରେ ଗଡ଼ିବ ରୁକୁଣା ରଥ

ଆଜି ପବିତ୍ର ଅଶୋକାଷ୍ଟମୀ। ପ୍ରଭୁ ଲିଙ୍ଗରାଜଙ୍କର ଗଡ଼ିବ ରୁକୁଣା ରଥ। ଏଥିଲାଗି ଉତ୍ସବମୁଖର ଏକାମ୍ରକ୍ଷେତ୍ର। ରଥ ପଥ ସବୁ ପ୍ରସ୍ତୁତ ହୋଇ ରହିଛି। ନିର୍ଦ୍ଧାରିତ ସମୟ ଅନୁଯାୟୀ ଆଜି ଭୋର ୫ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ନୀତିକାନ୍ତି କରାଯାଇଛି। ଅପରାହ୍ଣ ୩ଟା ୩୦ରେ ପ୍ରଭୁ ଲିଙ୍ଗରାଜଙ୍କର ଗଡ଼ିବ ରୁକୁଣା ରଥ।ପୌରାଣିକ କିମ୍ବଦନ୍ତୀ ଅନୁସାରେ ବାବା ଲିଙ୍ଗରାଜଙ୍କ ରୁକୁଣା ରଥ ଚୈତ୍ରମାସ ଅଶୋକାଷ୍ଟମୀ ଠାରୁ ଆରମ୍ଭ ହୋଇଥାଏ।

୨୦ ତାରିଖରେ ବାହୁଡ଼ା ହେବ। ବାହୁଡ଼ା ଦିନ ରଥକୁ ଅମୋଡା ଭାବେ ପୁଣି ଟଣାଯିବ। ଏହି ଯାତ୍ରାକୁ ହିନ୍ଦୁଧର୍ମରେ ପାପ ବିନାଶକାରୀ ଯାତ୍ରା ଭାବେ ପରିଗଣିତ କରାଯାଏ। ଅନ୍ୟପକ୍ଷରେ ରୁକୁଣା ରଥ ପୂର୍ବରୁ ସୋମବାର ବିଳମ୍ବିତ ରାତିରେ ମରିଚିକୁଣ୍ଡ ଜଳ ନିଲାମ ହୋଇଛି। ମରିଚିକୁଣ୍ଡ ଜଳରେ ଆଜି ରଥ ପ୍ରତିଷ୍ଠା ହେବ। ପରେ ବାବା ଲିଙ୍ଗରାଜଙ୍କୁ ରଥାରୂଢା କରାଯିବା ପରେ ଅପରାହ୍ନରେ ରଥଟଣା ଯିବ।