କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଲେ ଆମେରିକା ରାଷ୍ଟ୍ରଦୂତ ଏରିସ୍ ଗାର୍ସେଟି
କୋଣାର୍କରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟି

କୋଣାର୍କରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟି । କୋଣାର୍କ ସୂର୍ଯ୍ୟ ମନ୍ଦିର କାରୁକାର୍ଯ୍ୟ ଦେଖି ମୋହିତ ହେଲେ ।
ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରଦୂତ ସକାଳୁ ପୁରୀ ବେଳାଭୂମି ବୁଲିବା ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ନିମାପଡା SDPO କୋଣାର୍କ ଆଇଆଇସିଙ୍କ ସହ ୨ ଜଣ ଅଫିସର ସମେତ ଡଗ୍ ସ୍କ୍ବାଡ୍ ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।