ହାଇକୋର୍ଟରେ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବେଆଇନ୍ କହି ଚ୍ୟାଲେଞ୍ଜ

ହାଇକୋର୍ଟରେ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବେଆଇନ୍ କହି ଚ୍ୟାଲେଞ୍ଜ । ଆଜି ଦିଲ୍ଲୀ ହାଇକୋର୍ଟ କରିବେ ଶୁଣାଣି । ହାଇକୋର୍ଟ ଏହି ମାମଲାରେ ଅନ୍ତରୀଣ ସୁରକ୍ଷା ନଦେବା ପରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଏବେ ୨୮ ତାରିଖ ଯାଏ ନିଜ ହେପାଜତକୁ ନେଇଛି ଇଡି ।

କୁହାଯାଉଛି ଗତ ସପ୍ତାହରେ ମଧ୍ୟ ଗିରଫଦାରୀକୁ ବେଆଇନ୍ କୁହାଯାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କେଜ୍ରିୱାଲ । କିନ୍ତୁ ହୋଲି ଛୁଟି ପାଇଁ ଆବେଦନ ତାଲିକାଭୁକ୍ତ ହୋଇନଥିଲା । ୨୦୨୧-୨୨ରେ ଦିଲ୍ଲୀ ଅବକାରୀ ନୀତି ଆସିଥିଲା । ପରେ ଏହା ରଦ୍ଦ ହୋଇଛି । ଏହି ମାମଲାରେ ଆପର ଅନ୍ୟତମ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ମଧ୍ୟ ଗିରଫ ହୋଇଛନ୍ତି । ଉଭୟ ଏବେ ବିଚାରବିଭାଗୀୟ ହେପାଜତରେ ରହିଛନ୍ତି ।