ସୌଜନ୍ୟମୂଳକ ଭେଟଘାଟ, ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ସୃଷ୍ଟି ହେବାକି ଓଡିଶା-ପଶ୍ଚିମବଙ୍ଗ ଲୁହାପଥର ଶିଳ୍ପ କରିଡର, ସାକ୍ଷାତକାର ରେ ଏନେଇ ଆଲୋଚନା

ସୌଜନ୍ୟମୂଳକ ଭେଟଘାଟ, ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ଭୁବନେଶ୍ୱର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନନିବାସଠାରେ ସାକ୍ଷାତ କରିଛନ୍ତି |

ଆଜି ଦୁଇଦିନିଆ ପୁରୀ ଗସ୍ତ ସମାପନ କରି ସେ ସଡକପଥରେ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି |

ନବୀନ-ମମତା ସାକ୍ଷାତ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ | ତେବେ ନବୀନଙ୍କୁ ଭେଟିବା ପରେ ମମତା କହିଛନ୍ତି ଯେ ପୁରୀରେ ପଶ୍ଚିମବଙ୍ଗ ଅତିଥି ଭବନ ପାଇଁ ଜମି ଦେଇଥିବାରୁ ଅଶେଷ ଧନ୍ୟବାଦ | ନବୀନଙ୍କ ସହ ଆଜି ସୌଜନ୍ୟମୂଳକ ସାକ୍ଷାତକାର ଥିଲା | ନବୀନଙ୍କୁ ପଶ୍ଚିମବଙ୍ଗ ଆସିବାକୁ ନିମନ୍ତ୍ରଣ କଲି | ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ନେଇ ଆଲୋଚନା ହେଲା | ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା | ଆମ ଭିତରେ ବହୁତ ପୁରୁଣା ବନ୍ଧୁତ୍ୱ ଓ ସୁନ୍ଦର ସମ୍ପର୍କ ରହିଆସିଛି | ଏହି ଭେଟଘାଟ ସମୟରେ କୌଣସି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଚର୍ଚ୍ଚା ହୋଇନାହିଁ | ତେବେ ଭାରତରେ ସଂଘୀୟ ବ୍ୟବସ୍ଥା ସ୍ଥାୟୀ ଓ ସୁଦୃଢ ହେବାର ଆବଶ୍ୟକତା ରହିଛି |

ତଛଡା ପଶ୍ଚିମବଙ୍ଗର ଶିଳ୍ପଗୁଡିକ ପାଇଁ ଆବଶ୍ୟକ ପଡୁଥିବା ଲୁହାପଥର ଓଡିଶାରୁ ନେବାକୁ ମମତା ଆଗ୍ରହୀ। ୩ ଦିନିଆ ଓଡିଶା ଗସ୍ତରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।ଏହି ସାକ୍ଷାତ ସମୟରେ ସୁଶ୍ରୀ ବାନାର୍ଜୀ ପୁରୀରେ ‘ବଙ୍ଗୋ ଭବନ’ ନିର୍ମାଣ ନିମନ୍ତେ ଉଦ୍ଦିଷ୍ଟ ଜମି କାଗଜପତ୍ର ହସ୍ତାନ୍ତର କରିଛନ୍ତି। ତେବେ ସୁଶ୍ରୀ ବାନାର୍ଜୀ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ସେ ଓଡିଶା ଆସିବା ପୂର୍ବରୁ କୋଲକାତା ବାଣିଜ୍ୟ ମଣ୍ଡଳ ତାଙ୍କୁ ଲୁହାପଥର ଉପଲବ୍ଧତା ସମ୍ପର୍କରେ ଅବଗତ କରାଇଥିଲା। ସେ କହିଛନ୍ତି ଯେ ପଶ୍ଚିମବଙ୍ଗରେ ଲୁହାପଥର ନାହିଁ କିନ୍ତୁ ଓଡିଶାରେ ଏହା ପ୍ରଚୁର ମାତ୍ରାରେ ଉପଲବ୍ଧ ହେଉଛି। ସେଠାକାର ଶିଳ୍ପଗୁଡିକ ପାଇଁ ଯଦି ଓଡିଶାରୁ ଲୁହାପଥର ଉପଲବ୍ଧ ହୋଇପାରିବ ତେବେ ଉଭୟ ଓଡିଶା ଓ ପଶ୍ଚିମବଙ୍ଗକୁ ନେଇ ଲୁହାପଥର ଶିଳ୍ପ କରିଡର ଗଠନ କରାଯାଇ ପାରିବ। ଏ ନେଇ କୋଲକାତା ବାଣିଜ୍ୟ ମଣ୍ଡଳର ଅନୁରୋଧ ପତ୍ର ସୁଶ୍ରୀ ବାନାର୍ଜୀ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବସ୍ତ୍ର ଓ ରୂପା ତାରକସିର ତିନି ରଥର ମୂର୍ତ୍ତି ଉପହାର ଭାବେ ଦେଇଥିଲେ|

ସେହିପରି ମମତା ନବୀନଙ୍କୁ ବିଶ୍ବବଙ୍ଗଳା ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସାଲ ଦେଇଥିଲେ | ଏହି ଅବସରରେ ମମତା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟକଙ୍କୁ ସ୍ମରଣ କରିବା ସହ ଏକ ଜାମଦାନି ଶାଢି ଉପହାର ଭାବେ ଦେଇଥିଲେ |