ସହିନପାରି ଆତ୍ମହତ୍ୟା
ରୋଗବ୍ୟାଧି ସହିନପାରି ଆତ୍ମହତ୍ୟା, ଥାନାରେ ଏତଲା

ଜଙ୍କିଆ ଥାନା ଅନ୍ତର୍ଗତ କଁପୁର ପଞ୍ଚାୟତ ରେ ରୋଗବ୍ୟାଧି ସହିନପାରି ଜଣେ ବ୍ୟକ୍ତି ଆଜି ଆତ୍ମହତ୍ୟା କରିଥିବା ଜଣାଯାଇଛି |ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ହେଲେ ସ୍ଥାନୀୟ କଁପୁରପଞ୍ଚାୟତ ମଳିପଡ଼ା-କୋଦାମସାହିର ଜଳଧର ପାତାଳସିଂଙ୍କ ସାନପୁଅ ବଳଭଦ୍ର ପାତାଳ ସିଂ ଓରଫ ବଳିଆ (୩୯)ବୋଲି ଜଣାପଡିଛି |ଏନେଇ ମୃତ ବଳିଆଙ୍କ ସମ୍ପର୍କୀୟ ଦାଦା ବୈକୁଣ୍ଠ ପାତାଳସିଂ ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି |ତାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ପୁତୁରା ବଳିଆର ଡାହାଣ ଗୋଡ଼ରେ ଏକଅଚିନ୍ନା "ଘା "ହୋଇଥିଲା |ଯେତେ ଯୁଆଡ଼ୁ ଔଷଧ ଖାଇଲେ ମଧ୍ୟ ତାହା ଭଲ ହୋଇନଥିଲା |ସେ ଜଣେ ଦିନ ମଜୁରିଆ ହୋଇଥିବାରୁ ବହୁ ଟଙ୍କା ଖର୍ଚ୍ଚ ପରେ ମଧ୍ୟ "ଘା" ଟି ଶୁଖିନଥିଲା କିମ୍ବା କୌଣସି ଉପଶମ ମିଳିନଥିଲା |ବେଳକୁବେଳେ ଏହାଦ୍ୱାରା କଷ୍ଟ ହେବାରେ ସେକଷ୍ଟ ସହିନପାରି କୌଣସି ଏକ କୀଟନାଶକ ପିଇଦେଇଥିଲା | ପରେ କଷ୍ଟରେ ଛଟପଟ ହେଉଥିବା ଦେଖି ପରିବାର ପକ୍ଷରୁ ତାଙ୍କୁ ଖୋର୍ଦ୍ଧା ସରକାରୀ ହାସପାତାଳକୁ ନିଆଯାଇଥିଲା |ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ଏହି ଅଭିଯୋଗକୁ ଭିତିକରି ଜଙ୍କିଆଥାନାରେ ଏକ ଅପମୃତ ମାମଲା ରୁଜୁ ହୋଇଛି |ଶବ ବ୍ୟବଚ୍ଛେଦପରେ ପରିବାରକୁ ହସ୍ତାନ୍ତର କରାଯାଇ ତଦନ୍ତ ଚାଲିଥିବା ଜଙ୍କିଆ ଥାନା ଅଧିକାରିଣୀ ପ୍ରଜ୍ଞା ୠତୁମ୍ଭରା କର ସୂଚନା ଦେଇଛନ୍ତି | ଗାଁକୁ ଶବ ଆସିବାପରେ ଏକ ଶୋକାକୁଳ ପରିବେଶରେ ସ୍ଥାନୀୟ ସ୍ମଶାନରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି |ଅକାଳରେ ସାନ ପୁଅର ଏଭଳି ଅବସ୍ଥା ଦେଖି ମା ପାଗଳ ପ୍ରାୟ ହୋଇଯାଇଥିବା ବେଳେ ସ୍ତ୍ରୀଙ୍କ ଆଖିରୁ ଲୁହ ଶୁଖୁନି |ସବୁଠାରୁ ଦୁଃଖର ବିଷୟ ଏକମାତ୍ର ୮ ବର୍ଷର ଶିଶୁ ପୁତ୍ର ବାପାଙ୍କୁ ସବୁଦିନ ପାଇଁ ହରାଇ ଏକପ୍ରକାର ମୁକ ପାଲଟି ଯାଇଥିବା କରୁଣ ଦୃଶ୍ୟ ଦେଖିବାକୁ ମିଳିଥିଲା |
ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ