ପୁଣି ଜବତ ହେଲା ମାଙ୍କଡା ପଥର ଗାଡି

ପଥର ଚୋରାଚାଲାଣ ବେଳେ ର ଚଢ଼ାଉ ଦୁଇଟି ଗାଡି ଜବତ ଡ୍ରାଇଭର ଫେରାର।

ପୁଣି ଜବତ ହେଲା ମାଙ୍କଡା ପଥର ଗାଡି

ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଛିମା ମୈ।ଜାରେ ବେଆଇନ ଭାବରେ ମାଙ୍କଡା ପଥର ଓ ମୋରମ ଚୋରା ଚାଲାଣ ଚାଲିଛି। ମାଫିଆ ମାନେ ଦିନ ଦିପ୍ରହରେ ସରକାରୀ ରାଜସ୍ୱ ଜମି ଓ ଜଂଗଲ ଜମିରୁ ବେଧଡକ ଭାବରେ ପଥର ଓ ମୋରମ ଲୁଟ କରି ଜିଲ୍ଲା ତଥା ଜିଲ୍ଲା ବାହାରକୁ ଚୋରା ଚାଲାଣ କରି ମାଲେ ମାଲ ହେଉଥିବା ବେଳେ ସରକାରଙ୍କ ରାଜସ୍ୱ ଲୁଟ ହେଉଛି। ଆଜି ମାଙ୍କଡା ଚୋରା ଚାଲାଣ ହେଉଥିବା ବେଳେ  ବିଶେଷ ସୂତ୍ରରୁ ଖବର ପାଇ ଜଂକିଆ ପୋଲିସ ଅତର୍କିତ ଭାବରେ ଚଢ଼ାଉ କରି ଦୁଇଟି ପଥର ବୋଝେଇ ଗାଡି ଜବତ କରି କରିଛି ପୋଲିସର ଚଢ଼ାଉ ଦେଖି ଡ୍ରାଇଭର ଦୈ।ଡି ଫେରାର ହୋଇ ଯାଇଛି । ପୋଲିସ ଦୁଇଟି ଗାଡି ନାମରେ ପୃଥକ ଭାବରେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ