ପାରାଦ୍ୱୀପ ରେ ପ୍ରତିଷ୍ଠା ହେଲା ଶ୍ରୀ ସାଇ ହସ୍ପିଟାଲ

ପାରାଦୀପ ଠାରେ ଶ୍ରୀ ସାଇ ହସ୍ପିଟାଲ୍ କୁ ଉଦ୍ ଘାଟନ କରିଛନ୍ତି ଶିଳ୍ପ ମନ୍ତ୍ରୀ ତଥା ପାରାଦୀପ ବିଧାୟକ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ ।

ପାରାଦ୍ୱୀପ ରେ ପ୍ରତିଷ୍ଠା ହେଲା ଶ୍ରୀ ସାଇ ହସ୍ପିଟାଲ

ସ୍ବାସ୍ଥ୍ୟ ହିଁ ସମ୍ପଦ, ଆଉ ଏହାକୁ ଠିକ୍ ଭାବରେ ବୁଝି ଏକ ଅତ୍ୟାଧୁନିକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ପାରାଦୀପ ଠାରେ ଶ୍ରୀ ସାଇ ହସ୍ପିଟାଲ୍ କୁ ଉଦ୍ ଘାଟନ କରିଛନ୍ତି ଶିଳ୍ପ ମନ୍ତ୍ରୀ ତଥା ପାରାଦୀପ ବିଧାୟକ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ । 

ବହୁ ଦିନରୁ ଲକ୍ଷ ରହିଥିଲା ପାରାଦୀପ ରେ ଏକ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ର, ବହୁ ଦିନରୁ ଲକ୍ଷ ରହିଥିଲା ଯେ ପାରାଦୀପ ରେ ଏକ ଉନ୍ନତ ଚିକିତ୍ସା ପ୍ରଣାଳୀ ସ୍ଥାପନ କରିବାର । ତେବେ ଏହି ପ୍ରତିକ୍ଷା ର ଏବେ ପ୍ରାୟ ଅନ୍ତ ଘଟିଛି, ଅନ୍ତ ଘଟିଛି ବୋଧେ ଅକାଳ ମୃତ୍ୟୁ ବରଣ ର। କାହିଁକି ନାଁ ପାରାଦୀପ ଇଫକୋ ଛକ ନିକଟରେ ପ୍ରତିଷ୍ଠା ହୋଇଛି ଅତ୍ୟାଧୁନିକ ଶ୍ରୀ ସାଇ ହସ୍ପିଟାଲ୍ । ଯାହାର ଉଦ୍ ଘାଟନ ଉତ୍ସବ ରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଛନ୍ତି। ତେବେ ଏହା ଏକ ନିଶ୍ଚିନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ । କାହିଁକି ନାଁ ପାରାଦୀପ ଏକ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳ ହୋଇଥିବାରୁ ଏଠାରେ ଅନେକ ଛୋଟ ବଡ଼ ଶିକ୍ଷାନୁଷ୍ଠାନ ରହିଛି। ତେବେ ବଡ଼ ବଡ଼ ଶିକ୍ଷାନୁଷ୍ଠାନ ମାନେ ସେମାନଙ୍କ ନିଜସ୍ଵ ପରିସରରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଥିବା ବେଳେ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ମାନେ ସ୍ଥାନୀୟ ବିଜୁ ମେମୋରିଆଲ ହସ୍ପିଟାଲ୍ ଓ ଶିଳ୍ପ ଶ୍ରମିକ କର୍ମଚାରୀ ମାନେ ଇଏସ୍ଆଇ ହସ୍ପିଟାଲ୍ ଉପରେ ନିର୍ଭରଶୀଳ ହୋଇଥାନ୍ତି। ତେବେ ଆଗାମୀ ଦିନରେ ଗୋଟିଏ ଭଲ ଅତ୍ୟାଧୁନିକ ଇଏସ୍ଆଇ ହସ୍ପିଟାଲ୍ ଓ ଏକ ସୁପର ସ୍ପେସିଆଲିଷ୍ଟ୍ ହସ୍ପିଟାଲ୍ ପାଇଁ ଯୋଜନା ପ୍ରସ୍ତୁତ ହେଉଥିବା ରୁ ସେ ପର୍ଯ୍ୟନ୍ତ ଏହି ଶ୍ରୀ ସାଇ ହସ୍ପିଟାଲ୍ ସମସ୍ତ ପ୍ରକାର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି ।

ତେବେ ପାରାଦୀପ ଏକ ବନ୍ଦର ଭିତ୍ତିକ ଶିଳ୍ପ ସହର ହୋଇଥିବାରୁ ଏଠାକୁ ଦୈନନ୍ଦିନ ହଜାର ହଜାର ଲୋକ ଙ୍କ ଯାତାୟାତ ଲାଗି ରହିଥାଏ। ଏଥିସହିତ ଏଠାରେ ଅନେକ ଶିଳ୍ପ ସଂସ୍ଥା କାର୍ଯ୍ୟରତ ଥିବାରୁ ସେଥିରେ ଲକ୍ଷାଧିକ ଲୋକେ ମଧ୍ୟ ବସବାସ କରୁଥାନ୍ତି। କିନ୍ତୁ ଯେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଦେଖାଦିଏ ବା କୌଣସି ଦୁର୍ଘଟଣା ଘଟି ଲୋକେ ଗୁରୁତର ଭାବେ ଆହତ ହୋଇଥାନ୍ତି ତାକୁ ସ୍ଥାନୀୟ ଡାକ୍ତର କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିଥାନ୍ତି। କିନ୍ତୁ ବାଟରେ ଗଲାବେଳେ କେତେକ କ୍ଷେତ୍ର ରେ ରୋଗୀ ଟି ବାଟରେ ହିଁ ଅକାଳ ରେ ମୃତ୍ୟୁ ବରଣ କରିଥାଏ । ତା ସହିତ କୌଣସି କ୍ରିଟିକାଲ୍ ଗର୍ଭବତୀ ମହିଳା ଏବଂ ଛୋଟ ଛୋଟ ପିଲା ମାନଙ୍କ ସ୍ବାସ୍ଥ୍ୟ ସମସ୍ୟା ଗୁରୁତର ଆକାର ଧାରଣା କରେ ତାହେଲେ ରୋଗୀଙ୍କ ସମ୍ପର୍କୀୟ ମୁଣ୍ଡରେ ହାତ ଦେଇ ବସିଥାନ୍ତି । ତେବେ ଏହି ସମସ୍ୟା ଗୁଡିକୁ ଲକ୍ଷ ରଖି ପାରାଦୀପ ରେ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଯୁଗ୍ମ ପ୍ରଚେଷ୍ଟା ରେ ଏହି ଶ୍ରୀ ସାଇ ହସ୍ପିଟାଲ୍ ପ୍ରତିଷ୍ଠା କରାଯାଇଛି ବୋଲି ପ୍ରତିଷ୍ଠାତା ରାଜକିଶୋର ପତି ଓ ଡାକ୍ତର ଅରବିନ୍ଦ ନାୟକ କହିଛନ୍ତି ।

ତେବେ ସ୍ଥାନୀୟ ଅଞ୍ଚଳରେ ଏପରି ଏକ ହସ୍ପିଟାଲ୍ ପ୍ରତିଷ୍ଠା କୁ ସମସ୍ତେ ସ୍ବାଗତ କରିଥିବା ବେଳେ ଏହା ବ୍ୟବସାୟୀ କରଣ ନହେଉ ବରଂ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବ ବୋଲି ସମସ୍ତେ ଆଶା ରଖିଛନ୍ତି । କିନ୍ତୁ ଏହା ଏକମାତ୍ର ଘରୋଇ ହସ୍ପିଟାଲ୍ ହୋଇଥିବାରୁ ଏବଂ ଏହା ମୁଣ୍ଡ ରେ ମନ୍ତ୍ରୀଙ୍କ ହାତ ଥିବାରୁ ଏହା ଲାଭଖୋର ବ୍ୟବସାୟ କରୁଛି କି ପ୍ରକୃତରେ ଏହା ଜନ ସାଧାରଣ ଙ୍କ ସ୍ବାସ୍ଥ୍ୟ ସମସ୍ୟା ଦୂର କରୁଛି ତାହା ଆଗାମୀ ଦିନରେ ହିଁ ଜଣାପଡ଼ିବ ବୋଲି ସମସ୍ତେ ଦୃଷ୍ଟି ନିରିକ୍ଷଣ କରି ଚାହିଁ ରହିଛନ୍ତି ।

ପାରାଦୀପ ରୁ ଲାଲା ବିନୟ କୁମାର ରାୟ ଙ୍କ ରିପୋର୍ଟ ଓଏନ୍ଏମ୍ ନିୟୁଜ୍