ଉଦଯାପିତ ହେଲା ଶିଶିର ସରସ ମେଳା

ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନସ୍ତ ଓରମାସ ଦ୍ୱାରା ଆୟୋଜିତ ଶିଶିର ସରସ ମେଳା-୨୦୧୪ ସୋମବାର ଉଦଯାପିତ ହୋଇଯାଇଛି ।

ଉଦଯାପିତ ହେଲା ଶିଶିର ସରସ ମେଳା

ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନସ୍ତ ଓରମାସ ଦ୍ୱାରା ଆୟୋଜିତ ଶିଶିର ସରସ ମେଳା-୨୦୧୪ ସୋମବାର ଉଦଯାପିତ ହୋଇଯାଇଛି । ଏହି ଅବସରରେ ଓରମାସ ତରଫରୁ ପ୍ରସ୍ତୁତ ମନ୍ଥନ ପୁସ୍ତିକାର ଉନ୍ମୋଚନ ମଧ୍ୟ କରାଯାଇଥିଲା।

ଉଦଯାପନୀ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ୱ୍ରମ ମୁଖ୍ୟ ଅତିଥି, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି ଏବଂ ଓରମାସର ନିର୍ଦ୍ଦେଶକ ତଥା ସି.ଇ.ଓ ଗୁହା ପୁନମ ତାପସ କୁମାର ଯୋଗଦେଇଥିଲେ।

ମହିଳା ସଶକ୍ତିକରଣ ଦିଗରେ ଶିଶିର ସରସ ଭଳି ଜାତୀୟସ୍ତରୀୟ ମେଳା ଗ୍ରାମୀଣ ମହିଳା କାରିଗରମାନଙ୍କ ଆର୍ଥିକ ଏବଂ ସାମାଜିକ ସ୍ଥିତିରେ ସୁଧାର ଆଣିବା ସହ, ସେମାନଙ୍କ ପାଇଁ ଜାତୀୟ ଏବଂ ଅନ୍ତର୍ଜାତୀୟ ବଜାରରେ ନୂଆ ପରିଚୟ ଆଣିଦେବାର ସୁଯୋଗ ସୃଷ୍ଟି କରୁଛି ବୋଲି ଅତିଥିମାନେ ତାଙ୍କ ଅଭିଭାଷଣରେ କହିଥିଲେ ।

ଳିତ ବର୍ଷ ଶିଶିର ସରସ ମେଳାରେ (ରାଜ୍ୟ ଭିତର ବର୍ଗରେ) ଯାଜପୁରର ମଦନ ମୋହନ ହ୍ୟାଣ୍ଡଲୁମ ଉତ୍ପାଦକ ଗୋଷ୍ଠୀ ସର୍ବାଧିକ ୧୧ ଲକ୍ଷ ଟଙ୍କାର ବ୍ୟବସାୟ କରିଥିବା ବେଳେ, (ବାହାର ରାଜ୍ୟ ବର୍ଗରେ) ଛତିଶଗଡ଼ର ନାରୀ ଶକ୍ତି (କୋଷା ସିଲ୍କ) ସର୍ବାଧିକ ୪ ଲକ୍ଷ ୯୩ ହଜାର ଟଙ୍କାର ବ୍ୟବସାୟ କରିଥିବାରୁ ଉଭୟଙ୍କୁ ଓରମାସ ତରଫରୁ ସର୍ବାଧିକ ବିକ୍ରେତା ଭାବେ ସମ୍ୱର୍ଦ୍ଧିତ କରାଯାଇଥିଲା। ସେହିପରି ବେଷ୍ଟ ଇନୋଭେଟିଭ ପ୍ରଡକ୍ଟ, ଶ୍ରେଷ୍ଠ ଷ୍ଟଲ ସାଜସଜ୍ଜା (ଡିସପ୍ଲେ), ଶ୍ରେଷ୍ଠ ଅଂଶଗ୍ରହଣକାରୀ ଆଦି ବର୍ଗରେ ବିଭିନ୍ନ ଗୋଷ୍ଠୀ ଏବଂ ସେମାନଙ୍କୁ ପ୍ରତିନିଧିମାନଙ୍କୁ ଉଦଯାପନୀ ଉତ୍ସବରେ ଅତିଥି ବୃନ୍ଦ ସମ୍ୱର୍ଦ୍ଧିତ କରିଥିଲେ । ସେହିପରି ସରକାରଙ୍କ ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟକ୍ରମର ରୂପରେଖ , ସୂଚନା ଏବଂ ତଥ୍ୟ ଆଦିକୁ ନେଇ ହୋଇଥିବା ଆଇ.ଇ.ସି ଷ୍ଟଲ ମଧ୍ୟରୁ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ବସୁଧା ଯୋଜନା ଷ୍ଟଲ, ଯୋଜନା ଏବଂ ସମନ୍ୱୟ ବିଭାଗର ସସଟେନେବଲ ଡେଭେଲପମେଣ୍ଟ ଗୋଲସ୍ ଏବଂ ଭୁବନେଶ୍ୱର ମହାନଗର ନିଗମ (ବି.ଏମ.ସିର) ମୋ ଖତ ଏବଂ ସ୍ୱଚ୍ଛ ସହର ଏବଂ ଓମବାଡସି ଷ୍ଟଲ ଆଦିକୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା।