ବଡ଼ ଦେଉଳରୁ ଖସିଲା ପଥର

ବଡ଼ ଦେଉଳରୁ ଖସିଲା ପଥର

ବଡଦେଉଳରୁ ଖସିଛି ପଥର। ବଡଦେଉଳକୁ ଲାଗି ବରାହ ମନ୍ଦିରରୁ ଖସିଛି ପଥର। ଭୋର ସମୟରେ ପଥର ଖସି ଥିଲା। ପଥର ଖସି ଏକାଦଶୀ ମନ୍ଦିର ଟିଣ ଛାତ କଣା ହୋଇ ଥିବା ଜଣାପଡିଛି। ପଥରକୁ ଶ୍ରୀମନ୍ଦିରର କମାଣ୍ଡର ସଂଗ୍ରହ କରି ଏଏସ୍ ଆଇକୁ ସୂଚନା ଦେଇଛନ୍ତି। ଦିକ୍ଷିଣ ଗର ପଛ ପାଖ ତଥା ବିମଳା ମନ୍ଦିର ସମ୍ମୁଖରେ ରହିଛି ବରାହ ମନ୍ଦିର ।

ଏଏସ୍ ଆଇ ପକ୍ଷରୁ ଦକ୍ଷିଣ ଘର ଉପର ଅଂଶର ମରାମତି କରାଯାଇଥିଲା। ଶ୍ରୀମନ୍ଦିରରୁ ପଥର ଖସିବା ପ୍ରସଙ୍ଗ ଜଣା ପଡ଼ିବା ପରେ ଅନୁଧ୍ୟାନ ପାଇଁ ଶ୍ରୀମନ୍ଦିରରେ ପହଞ୍ଚିଲା ଏଏସଆଇ ଟିମ୍। ଏଏସଆଇ ସୁପରିଟେଣ୍ଡଣ୍ଟ ଡି.ବି. ଗଡ଼ନାୟକଙ୍କ ଅନୁଧ୍ୟାନ। ପଥରଟିର ଓଜନ ପ୍ରାୟ ୩ ରୁ ୪ କେଜି ରହିଛି। ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ନାହିଁ। ରାସାୟନିକ ପ୍ରଲେପ ଦିଆଯାଇ ମରାମତି କରାଯିବ। ପଥର ଦୁର୍ବଳ ଥିବାରୁ ମାଙ୍କଡ ଡେଇଁ ଖସାଇଥିବା ଅନୁମାନ। ସୂଚନା ଦେଲେ ଏଏସଆଇ ସୁପରିଟେଣ୍ଡଣ୍ଟ ଡି.ବି. ଗଡ଼ନାୟକ।

ଆଜି ବରାହ ମନ୍ଦିରରୁ ଭୋର ସମୟରେ ପଥର ଖସିବା ସହ ନିକଟରେ ଥିବା ଏକାଦଶୀ ମନ୍ଦିର ଟିଣ ଛାତ କଣା ହୋଇଛି। ଦକ୍ଷିଣ ଘର ପଛ ପାଖ ତଥା ବିମଳା ମନ୍ଦିର ସମ୍ମୁଖରେ ଏହି ବରାହ ମନ୍ଦିରରୁ ପଥର ଖସିବା ଘଟଣା ବେସ ଚିନ୍ତାଜନକ। ୨୯୯୦ ରେ ଭୋଗମଣ୍ଡପ ଗୃହରୁ ୨ ଟା ପଥର ଓ ଆଳାଁଶ୍ରୀ ବେଢାରୁ ବିରାଟକାୟ ପଥର ଖସିଲା। ସେହିପରି ୧୯୯୨ ରେ ଗର୍ଭଗୃହରୁ ୧୦ ଟନ ଓଜନର ପଥର ଖସିଥିବା ବେଳେ ୨୦୦୦ ରେ ଜୟବିଜୟ ଦ୍ବାରରୁ ପଥର ଖସିଥିଲା।୨୦୧୯ ରେ ଫନୀ ବାତ୍ୟା ସମୟରେ ଭାରା ଖୋଲାଯାଇନଥିବାରୁ ସିଂହମୂର୍ତ୍ତୀ ଭାଙ୍ଗି ଯାଇଥିଲା ତେଣୁ ବାରମ୍ବାର ଏଭଳି ପଥର ଖସିବା ଘଟଣା ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ରହୁଛି। ଏ ନେଇ ଏଏସଆଇ ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ ବୋଲି ଦାବୀ କରିଛନ୍ତି ହେବାୟତ ଓ ପରିଚାଳନା କମିଟି ସଦସ୍ୟ।

ଦ୍ବାଦଷ ଖ୍ରୀଷ୍ଟାବ୍ଦରେ ନିର୍ମିତ ଶ୍ରୀମନ୍ଦିର ରୁ ପଥର ଖସିବା ଏକ ସମ୍ବଦନଶୀଳ ଯାହା ସମସ୍ତଙ୍କୁ ହତଚକିତ କରିଥିଲା। ଗତ କିଛିଦିନ ତଳେ ଏଏସ୍ଆଇ ପକ୍ଷରୁ ଦକ୍ଷିଣ ଘର ଉପର ଅଂଶର ମରାମତି କରାଯାଇଥିଲା। ତେବେ କେଉଁ ସ୍ଥାନରୁ ପଥର ଖସିଲା ତାହାକୁ ଏ ଏସ୍ ଆଇ ପକ୍ଷରୁ ଅନୁଧ୍ୟାନ କରାଯାଇଛି।ତେବେ ପଥର ଖସିବା ସ୍ଥାନ ଅନୁଧ୍ୟାନ କରାଯାଇ ଥିବା ବେଳେ ସେଠାରେ ଥିବା ଡେକୋରେଟିଭ ପଥରଟି ଖସିଥିବା ଜଣାପଡିଛି। ଏହାର ସଂରକ୍ଷଣ ସହ ଶ୍ରୀମନ୍ଦିର ଚତୁପାର୍ଶ୍ବର ବିଭିନ୍ନ ସ୍ଥାନକୁ ଯାଞ୍ଚ କରାଯାଇ ମରାମତି କରାଯିବ ବୋଲି ମତ ରଖିଛନ୍ତି ଏଏସଆଇ ସୁପରିଟେଣ୍ଡେଟ।

ଶ୍ରୀମନ୍ଦିର ରେ ପଥର ଖସିବା ଘଟଣା କୁ ନେଇ ସବୁ ସ୍ଥରରେ ଚିନ୍ତା ବ୍ୟକ୍ତ କରିବା ସହ ଏହାର ପୁନରାବୃତ୍ତି ଯେପରି ନ ଘଟେ ସେ ଦିଗରେ କାର୍ଯ୍ୟ କରବା ଦରକାର।