ମନରେଗା ଯୋଜନା ର ଜନଶୁଣାଣି କାର୍ଯ୍ୟକ୍ରମ 

କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ପରିସରରେ ବ୍ଲକ ସ୍ତରୀୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତ ଆଇନ ର ଜନଶୁଣାଣି ଆଜି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ପାଢି ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି

ମନରେଗା ଯୋଜନା ର ଜନଶୁଣାଣି କାର୍ଯ୍ୟକ୍ରମ 

କନ୍ଧମାଳ ୦୭/୦୭/୨୩ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ପରିସରରେ ବ୍ଲକ ସ୍ତରୀୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତ ଆଇନ,ର ଜନଶୁଣାଣି ଆଜି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ପାଡ଼ି ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା.
  ଉକ୍ତ ଜନଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରଶାସକ PAITDA ବାଲିଗୁଡା ମଧୁସୂଦନ ବେହେରା, ଜିଲ୍ଲା ସୋସିଆଲ ଅଡିଟର ଦୁଃଶାସନ ସିଂ, ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କହଁର ର ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ପ୍ରଶ୍ମିତା ପ୍ରଧାନ APO ଅନୁରାଧା ମଲ୍ଲିକ ଏବଂ ୧୧ ଗୋଟି ଗ୍ରାମ ପଞ୍ଚାୟତ ରୁ ଆସିଥିବା ସରପଞ୍ଚ, ପଞ୍ଚାୟତ ନିର୍ବାହି ଅଧିକାରୀ,  ଗ୍ରାମ ରୋଜଗାର ସେବକ,ବ୍ଲକ ସମ୍ବଳ ଅଧିକାରୀ,ଗ୍ରାମ୍ୟ ସମ୍ବଳ କର୍ମୀ, ବ୍ଲକ ସ୍ତର ରେ ଥିବା ବିଭିନ୍ନ ବିଭାଗ ର ଅଧିକାରୀ,ଗାଁ ସାଥି, ମେଟ,ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଥିଲା.
       ଇତି ଅବସରରେ ଦେଖିବା କୁ ମିଳିଅଛି ଯେ ପ୍ରକୃତ ଜବକାର୍ଡ ଧାରିଙ୍କ ପାଇଁ ଆଜି ଏତେ ବଡ଼ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସରକାର ଙ୍କ ଵିଧିବ୍ୟବସ୍ତା ରେ ଲିପିବଦ୍ଧ ହୋଇଛି. ଯାହାକି ଏକ ଯୁଗାନ୍ତକାରୀ ପଦକ୍ଷେପ, ଯେ ଶ୍ରମିକ ଯଦି ମନରେଗା ଆଇନ ରେ କାମ କରି ଯଦି ତାର,ଦୈନିକ ମଜୁରୀ ପାଇନାହାନ୍ତି, କିମ୍ବା କାର୍ଯ୍ୟ ସ୍ଥଳରେ ଯେଉଁ ଅସୁବିଧାରେ ସମ୍ବୁଖିନ ହେଉଛି, ଯଥା, ଠିକ ସମୟ ରେ ମଜୁରୀ ପାଇବା, ବିନା ସୂଚନା ଫଳକ ରେ କାମ ଆରମ୍ଭ କରିବା ବିନା ପ୍ରାପ୍ତିସ୍ୱୀକାର ରସିଦ ହିତାଧିକାରୀ ଙ୍କୁ ନ ଦେଇ  କାମ କରାଇବ , କାର୍ଯ୍ୟ ସ୍ଥଳରେ, ପାଣି, ଚାମୁଣ୍ଡା,କାର୍ଯ୍ୟ ସ୍ଥଳରେ ଛୁଆମାନଙ୍କୁ ଖେଳାଇବା ନିମନ୍ତେ ଏକ ଲୋକ ନିଯୁକ୍ତି କରିବା  , ଗ୍ରାମର ଥିବା ୱାର୍ଡ ସଭ୍ୟ /ସଭ୍ୟା ମାନଙ୍କ ବିନା ଅବଗତ ରେ କାର୍ଯ୍ୟ ଆରମ୍ଭ କରିବା , ମୋଷ୍ଟରୋଲ ରେ ନାମ ନ ଥିବା ହିତାଧିକାରୀ ଙ୍କୁ କାମ ରେ ଲଗାଯାଉଥିବା, ଦୃଶ୍ୟ ଯାହା କି GRS ଗାଁ ସାଥି, ମେଟ ଓ ଗ୍ରାମର କିଛି ଖଲ ପ୍ରକୃତି ଲୋକଙ୍କୁ ହାତ ମୁଠା ରେ ରଖି ନିଜର ଫାଇଦା ଉଠା ଇବା ରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି  l କିନ୍ତୁ ୧୧ଟି ପଞ୍ଚାୟତ ର କାର୍ଯ୍ୟନିର୍ବାହି ଅଧିକାରୀ ମାନେ ଅତି ସୁନ୍ଦର ଭାବରେ ଗ୍ରାମଞ୍ଚଳ ର ସମସ୍ୟା ଟିକୁ ଘଣ୍ଟ ଘୁଡାଇ ସର୍ବ ସମ୍ବୁଖରେ ବିବରଣୀ ଉପସ୍ଥାପନା କରିଥିବା ବେଳେ ଟିକାବାଲି ବ୍ଲକରେ ଏ ଭଳି ମନରେଗା କାର୍ଯ୍ୟକ୍ରମଟି ମନ ମୁଖି ଶାସନ ରେ ଚାଲିଥିବା ର ଦେଖିବା କୁ ମିଳିଛି  ଯାହାକି ଏକ ଦୁଃଖ ଓ ପରିତାପର ବିଷୟ ପାଲଟିଛି. I ଜନ ଶୁଣାଣି କାର୍ଯ୍ୟକ୍ରମ ରେ ସରପଞ୍ଚ ମାନେ ନିଜର ମତ ବ୍ୟକ୍ତ ରଖି ଥିଲେ ଯେ, ନିଜ ନିଜ ଗ୍ରାମାଞ୍ଚଳ ରେ କାର୍ଯ୍ୟ ହେଉ ଥିବା ବେଳେ ସରପଞ୍ଚ ମାନଙ୍କ ଭୂମିକା କୁ ମଧ୍ୟ ଅଣ ଦେଖା କରୁ ଥିବା ର ସାମ୍ନାକୁ ଆସିଛି.।
  ଏଭଳି ଏକ ଦୁର୍ନୀତି ରେ ମନରେଗା କାର୍ଯ୍ୟ ଚାଲି ଥିବା ର ଅନୁଧ୍ୟାନ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମସ୍ତ GRS ଗାଁ ସାଥି ଏବଂ ମେଟ ମାନଙ୍କୁ କଡା ଚେତାବନୀ ଦେଇଛନ୍ତି ଯେ, ଆଗାମୀ ଦିନରେ ମନରେଗା କାର୍ଯ୍ୟ ଆରମ୍ଭ ପୂର୍ଵରୁ ସମସ୍ତ ସରପଞ୍ଚ, ୱାର୍ଡ ମେମ୍ବର, ଜନସାଧାରଣ ଙ୍କୁ ଅବଗତ କରିବା ସହିତ କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ନ ଲଗାଇ କାର୍ଯ୍ୟ କଲେ କିମ୍ବା ଜନସାଧାରଣ ଙ୍କ ଅଭିଯୋଗ ଆସିଲେ ତାଙ୍କ ଉପରେ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ଶ୍ରୀ ପାଡ଼ି. ।

କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କ ରିପୋର୍ଟ