ପରିବାରର ଥଇଥାନ ନିୟମକୁ ନେଇ ବଡ଼ ନିଷ୍ପତ୍ତି
ସରକାରୀ ଚାକିରିଆଙ୍କ ପରିବାରର ଥଇଥାନ ନେଇ ବଡ଼ ଘୋଷଣା

ଚାକିରିଆଙ୍କ ମୃତ୍ୟୁ ପରେ ପରିବାରର ଥଇଥାନ ନିୟମକୁ ନେଇ ବଡ଼ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର । ଚାକିରି ନହେଲେ ମିଳିପାରେ ମୋଟା ଅଙ୍କର ଆର୍ଥିକ ସହାୟତା । ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ୨୦୨୦ର ପରିବର୍ତ୍ତିତ ଥଇଥାନ ନିୟମକୁ ନେଇ ଉଦବେଗ ପ୍ରକାଶ କଲେ ମନ୍ତ୍ରୀ ।
ସରକାରୀ ଚାକିରିଆଙ୍କ ପରିବାରର ଥଇଥାନ ନେଇ ବଡ଼ ଘୋଷଣା । ଚାକିରିଆଙ୍କ ମୃତ୍ୟୁ ହେଲେ ଅନ୍ୟ ଜଣଙ୍କୁ ମିଳିପାରେ ଚାକିରି । ନଚେତ ଏକକାଳୀନ ମୋଟା ଅଙ୍କର ଅର୍ଥ ମିଳିବା ସମ୍ଭାବନା । ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏ ନେଇ ଖୁବ୍ ଶୀଘ୍ର ସରକାରୀ ନିଷ୍ପତ୍ତି ହେବ ବୋଲି ଗଣମାଧ୍ୟମରେ ଗ୍ୟାରେଣ୍ଟି ଦେଲେ ପୃଥ୍ବୀରାଜ ହରିଚନ୍ଦନ । 'ସରକାରୀ ବ୍ୟବସ୍ଥା କର୍ମଚାରୀ ଅନୁକୂଳ ହେବ' । ୧୯୯୦ Rehabilitation ନିୟମ ଅନୁଯାୟୀ ପରିବାରର ଚାକିରିଆ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରର ଜଣେ ଚାକିରୀ କରୁଥିଲେ । ହେଲେ ୨୦୨୦ରେ ଏଥିରେ ପରିବର୍ତ୍ତନ କରାଯାଇଥିଲା । ଏହି ପଲିସି କାହାରିକୁ ଚାକିରି ନ ଦେବା ସାଙ୍ଗେ ସମାନ । ଏଥିରେ କାହାରିକୁ ଚାକିରି ନ ମିଳୁ ସେପରି ସ୍ଥିତି ତିଆରି ହୋଇଥିଲା ।
ସବୁଠାରୁ ବଡ଼ କଥା ହେଲା ଯେଉଁମାନଙ୍କର ୨୦୨୦ ପୂର୍ବରୁ ମୃତ୍ୟୁ ହୋଇଛି ତାଙ୍କୁ ୧୯୯୦ ନିୟମ ଅନୁସାରେ ନେବା କଥା, ହେଲେ ୨୦୧୨, ୨୦୧୩, ୨୦୧୪,୨୦୧୫ ରେ ଯେଉଁମାନଙ୍କର ମୃତ୍ୟୁ ହେଲା ତାକୁ ୨୦୨୦ ନିୟମ ଅନୁସାରେ ପକାଇଲେ । ଫଳରେ କେହି ଚାକିରୀ ପାଇଲେ ନାହିଁ । ଯେଉଁମାନେ ଚାକିରୀ ପାଇଁ ଆବେଦନ କଲେ, ତାଙ୍କ ବିରୋଧରେ କେସ କରାଗଲା । ହେଲେ ଏଥିପାଇଁ ପାଇଁ ଆଇନ ବିଭଗର ଅନୁମତି ଆବଶ୍ୟକ ବୋଲି କହିଛନ୍ତି ପୃଥ୍ବୀରାଜ ।