ସାରା ଦେଶରେ ପିଆଜ ଦର ବୃଦ୍ଧି ଚିନ୍ତା
ସାରା ଦେଶରେ ଅହେତୁକ ପିଆଜ ଦର ବୃଦ୍ଧି । କେନ୍ଦ୍ର ସରକାର ଖୁଚୁରା ବଜାରରେ ଆହୁରି ପ୍ରାୟ ୧ଲକ୍ଷ ଟନ୍ ପିଆଜ ଛାଡିବେ ।

ସାରା ଦେଶରେ ଅହେତୁକ ପିଆଜ ଦର ବୃଦ୍ଧି । କେନ୍ଦ୍ର ସରକାର ଖୁଚୁରା ବଜାରରେ ଆହୁରି ପ୍ରାୟ ୧ଲକ୍ଷ ଟନ୍ ପିଆଜ ଛାଡିବେ । ଏପରି ଏକ ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ଖାଉଟି ବ୍ୟାପାର ସଚିବ ରୋହିତ କୁମାର ସିଂହ ସୂଚନା ଦେଇଛନ୍ତି । ଏପରି କରି ଖାଉଟିଙ୍କୁ ବଜାରରେ ବିକ୍ରି ହେଉଥିବା ଚଢା ଦରରୁ କମ୍ ଦାମରେ ଦେବାକୁ ପ୍ରୟାସ ହୋଇଛି ।
ସଚିବ କହିଛନ୍ତି, ଆମେ ଏଭଳି ଅହେତୁକ ଦର ବୃଦ୍ଧି ଆଧାରରେ ସହରଗୁଡ଼ିକୁ ଚିହ୍ନଟ କରିବୁ । ନାଫେଡ ଜରିଆରେ ପିଆଜ ବିକ୍ରି ହେଉଛି । ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ସେ କହିଛନ୍ତି । ଏହାରି ଭିତରେ ଦିଲ୍ଲୀରେ ଫଳ ଓ ପନିପରିବା ପାଇଁ ଏସିଆର ସବୁଠାରୁ ବଡ଼ ପାଇକାରୀ ବଜାର ଦିଲ୍ଲୀର ଆଜାଦପୁର ମଣ୍ଡିରେ ପିଆଜର ପାଇକାରୀ ଦର ଗତ ସପ୍ତାହରେ କିଲୋ ପିଛା ୬୦-୬୫ ଟଙ୍କା ଥିବା ବେଳେ ଏବେ ଏହା ୩୦-୪୦ ଟଙ୍କାକୁ ଖସି ଆସିଛି ।