ମୟୂରଭଞ୍ଜରେ ହେବ ୧୨ଟି ବୃହତ୍ ଶିଳ୍ପ, ୫୯୪୦ କୋଟିର ପୁଞ୍ଜିନିବେଶ
ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ୫୯୪୦.୨୮ କୋଟି ଟଙ୍କା ପୁଞ୍ଜିନିବେଶରେ ୧୨ଟି ବୃହତ୍ ଶିଳ୍ପ ପ୍ରତିଷ୍ଠା ହେବ।

ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ୫୯୪୦.୨୮ କୋଟି ଟଙ୍କା ପୁଞ୍ଜିନିବେଶରେ ୧୨ଟି ବୃହତ୍ ଶିଳ୍ପ ପ୍ରତିଷ୍ଠା ହେବ। ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ଏହାକୁ ଅନୁମୋଦନ କରିଛି। ଏହାଦ୍ବାରା ୯୩୧୨ଜଣ ନିଯୁକ୍ତି ପାଇବେ। ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ଅଧିବେଶନରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହି ସୂଚନା ଦେଇଛନ୍ତି।
ବାରିପଦା ବିଧାୟକ ପ୍ରକାଶ ସୋରେନ ବିଧାନସଭାରେ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦେବ ଏହି ସୂଚନା ଦେଇଥିଲେ। ଏହି ଖବର ପଦାକୁ ଆସିବା ପରେ ପୂରା ଜିଲ୍ଲାରେ ଖୁସିର ବାତାବରଣ ଖେଳିଯାଇଛି।
ମନ୍ତ୍ରୀ ଶ୍ରୀ ଦେବଙ୍କ ସୂଚନାନୁସାରେ, କରଞ୍ଜିଆ ତହସିଲର ଧାକୋଟାଠାରେ ୩୨୩.୩୮କୋଟି ଟଙ୍କାରେ ୦.୧୮ ଏମଟିପିଏ କ୍ଷମତା ବିଶିଷ୍ଟ ଜିଏମ ଆଇରନ ଓ ଷ୍ଟିଲ ଲିଃ କମ୍ପାନୀ କାର୍ଯ୍ୟ କରିବ। ଏଥିରେ ୧୦୬୬ଜଣ ନିଯୁକ୍ତି ପାଇବେ। ସେହିପରି ରାଇରଙ୍ଗପୁରରେ ୯୪୫.୪୨କୋଟି ଟଙ୍କାରେ ଷ୍ଟିଲ ୦.୪୦ଏମଟିପିଏ କ୍ଷମତା ବିଶିଷ୍ଟ ନୀପାଜ ବି ସି ଡଗରା (ପ୍ରା) ଲିମିଟେଡ୍ କମ୍ପାନୀ କାର୍ଯ୍ୟ କରିବ। ଏଥିରେ ୧୬୦୦ ଜଣ ନିଯୁକ୍ତି ପାଇବେ। ଅପରପକ୍ଷରେ ରାଇରଙ୍ଗପୁରରେ ୧୭୦ କୋଟି ଟଙ୍କାରେ ବେନିଫିକେସନ ୧.୮ଏମଟିପିଏ ଓ ପେଲ୍ଲେଟ ୧.୨ ଏମଟିପିଏ କ୍ଷମତା ବିଶିଷ୍ଟ ୱେବଲମାନ ଷ୍ଟିଲ୍ସ ଗାଙ୍ଗେୟା ସାପ୍ଲାଏ ଏଜେନ୍ସି ପ୍ରା.ଲି. କାର୍ଯ୍ୟ କରିବ। ଏହି ସଂସ୍ଥାରେ ୨୭୪ଜଣ ନିଯୁକ୍ତି ପାଇବେ।
ସେହିପରି ୨୫୬ କୋଟି ଟଙ୍କାରେ ଆଇରନ ଓର ବେନିଫିକେସନ ୨.୫ ଏମଟିପିଏ ଓ ପେଲେଟ ୧.୨ ଏମଟିପିଏ କ୍ଷମତା ବିଶିଷ୍ଟ ଷ୍ଟିଲ ପେଲେଟିଷ୍ଟସନ ଓ ବେନିଫିକେସନ ସଂସ୍ଥା ରାଇରଙ୍ଗପୁର ବ୍ଲକର ବାଲିଡାଙ୍ଗରି, କୁଲେଇଶିଳା ଓ ସାନମୌଦାରେ କାର୍ଯ୍ୟାରମ୍ଭ କରିବ। ଏଥିରେ ୨୭୪ ଜଣ ନିଯୁକ୍ତି ପାଇବେ। ସେହିପରି ଜିଲ୍ଲା ମୁଖ୍ୟାଳୟ ବାରିପଦା ଛାଞ୍ଚ ଶିଳ୍ପାଞ୍ଚଳରେ ୫୫କୋଟି ଟଙ୍କାରେ ହଟ ଡିପ