ବ୍ରିଟେନ୍ ଯିବେ ଓଡିଶା ମହିଳା

ଜାତୀୟ ମହିଳା ଉଦ୍ୟୋଗୀ ପରିଷଦର ଜାତୀୟ ଅଧକ୍ଷା ସୁକୀର୍ତ୍ତି ପଟ୍ଟନାୟକ ଓଡିଶାର ସାତ ଜଣ ମହିଳା ଉଦ୍ୟେଗୀଙ୍କୁ ନେଇ ବ୍ରିଟେନ୍ ଯିବେ । ଓଡିଶାର ଉତ୍ପାଦିତ ସାମଗ୍ରୀ ଏବଂ ସେବା ଲିଙ୍କେଜ୍ ମାଧ୍ୟମରେ ବ୍ରିଟେନ୍ରେ ବ୍ୟବସାୟିକ ସୁଯୋଗ ଅନୁସନ୍ଧାନ କରିବାର କାର୍ଯ୍ୟକ୍ରମ ରହିଛି । ଗତ ୨୫ ତାରିଖରେ ମହିଳା ଉଦ୍ୟୋଗୀମାନେ ଯିବେ । ଏହି ପ୍ରତିନିଧି ଦଳ ବ୍ରିଟିଶ ଡେପୁଟି ହାଇକମିସନ, ସ୍ଥାନୀୟ ପରିଷଦ, ଉଦ୍ୟୋଗୀ, ବ୍ୟବସାୟିକ ପରାମର୍ଶଦାତା ଏବଂ ବ୍ରିଟେନ୍ ସରକାରଙ୍କ ବାଣିଜ୍ୟ ପ୍ରତିନିଧିଙ୍କ ସହ ବୈଠକ କରିବ ବୋଲି ଆଇଏନ୍ଡବ୍ଲ୍ୟୁସି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ରାଜ୍ୟ ଶିଳ୍ପ ବିଭାଗ, ଇପିକଲ ଓ ଓଡିଶା ସରକାର ଆଇଏନ୍ଡବ୍ଲ୍ୟୁସି ମହିଳା ପ୍ରତିନିଧତଙ୍କୁ ସହାୟତା ପ୍ରଦାଦ କରୁଛନ୍ତି । ଏହି ୭ ଜଣିଆ ଦଳ ବାଣିଜ୍ୟ ବୃଦ୍ଧି କରିବାରେ ଦଳ କାମ କରିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି ।