ଆସନ୍ତାକାଲି ବନକଲାଗି ନୀତି
ଶ୍ରୀମନ୍ଦିରରେ ବୁଧବାର ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି।

ଶ୍ରୀମନ୍ଦିରରେ ବୁଧବାର ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଆସନ୍ତାକାଲି ଶ୍ରାବଣ-ଶୁକ୍ଳ ସପ୍ତମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ହେବ।
ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ. ୬.୦୦ ଟିକା ରୁ ରାତ୍ର ଘ. ୧୦.୦୦ ଟିକା ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହି ନୀତି ହେଉଛି ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର (ବନକ ଲାଗି) ସେବା। ଏହାଏକ ଗୁପ୍ତ ନୀତି ହୋଇଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଏ। ମାତ୍ର ସେହି ସମୟରେ ଶ୍ରଦ୍ଧାଳୁ ମନ୍ଦିର ଭିତର ଅନ୍ୟ ଦେବାଦେବୀଙ୍କୁ ଦର୍ଶନ କରି ପାରିବେ।