କୋଟିପତି ସହକାରୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ
ଗିରଫ ହେଲେ କୋଟିପତି ସହକାରୀ ଯନ୍ତ୍ରୀ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁଙ୍କୁ ଆଜି ବାନ୍ଧିଛି ଭିଜିଲାନ୍ସ।

ଗିରଫ ହେଲେ କୋଟିପତି ସହକାରୀ ଯନ୍ତ୍ରୀ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁଙ୍କୁ ଆଜି ବାନ୍ଧିଛି ଭିଜିଲାନ୍ସ। ଗତକାଲି ଭୂୟାଁଙ୍କର ଘର, ଅଫିସ ଓ ସଂପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢଉ କରି ଆୟ ବହିର୍ଭୂତ ବିପୁଳ ସଂପତ୍ତି ଠାବ କରିଥିଲା ।
ଭିଜିଲାନସ ଟିମ୍ ଏକକାଳୀନ ତିନିଟି ସ୍ଥାନରେ ଚଢଉ କରି ଭୂୟାଁଙ୍କ ନାଁରେ ଥିବା କୋଟି କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ କରିଛି। ତାଙ୍କର ୧୮୩ ପ୍ରତିଶତ ଆୟ ବହିର୍ଭୂତ ସମ୍ପତ୍ତି ବଢିଥିବା ଜାଣିପାରିଛି ଭିଜିଲାନ୍ସ।
ସୋମବାର ଦିନ ଚଢଉ ବେଳେ ଭୁବନେଶ୍ବର ସୌଭାଗ୍ୟନଗରରେ ଦୁଇ ମହଲା କୋଠା, ଭୁବନେଶ୍ବର- କଟକ ସହରାଞ୍ଚଳର ବିଭିନ୍ନ ସ୍ଥାନରେ ୭ଟି ମୂଲ୍ୟବାନ ପ୍ଲଟ୍, ୫୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ଅଳଙ୍କାର, କ୍ରିପ୍ଟୋ କରେନସିରେ ବିନିଯୋଗ, ୧୩ ଲକ୍ଷ ୪୦ ହଜାର ଟଙ୍କା ଡଷ୍ଟର କାର ଓ ଦୁଇ ଚକିଆ ଗାଡ଼ି, ଘର ଭିତରୁ ୧୧ ଲକ୍ଷ ୭୩ ହଜାର ଟଙ୍କାର ନଗଦ ଟଙ୍କା, ବମିଖାଲ ଭୁବନେଶ୍ବରରେ ସଂପର୍କୀୟଙ୍କ ନାମରେ ଥିବା ପ୍ଲଟ୍, ପୁଅ ଝିଅଙ୍କ ପଢା ବାବଦରେ ୧ କୋଟି ଟଙ୍କା ଖର୍ଚ୍ଚ ସଂପର୍କିତ ତଥ୍ୟ ଭିଜିଲାନ୍ସ ହାତରେ ଲାଗିଥିଲା ।