STF ଜାଲରେ କାଶ୍ମୀର ଆତଙ୍କୀ

ଓଡ଼ିଶାରେ କାଶ୍ମୀର ଆତଙ୍କବାଦୀ ! ଯାଜପୁରରୁ ଧରା ହେଲା କାଶ୍ମୀର ଆତଙ୍କବାଦୀ ।

STF ଜାଲରେ କାଶ୍ମୀର ଆତଙ୍କୀ

ଓଡ଼ିଶାରେ କାଶ୍ମୀର ଆତଙ୍କବାଦୀ ! ଯାଜପୁରରୁ ଧରା ହେଲା କାଶ୍ମୀର ଆତଙ୍କବାଦୀ । ଯାଜପୁର ନେଉଳପୁରରୁ କାବୁ କଲା ଏସଟିଏଫ । ଗିରଫ ଅଭିଯୁକ୍ତ ନାଁ ଇଶାନ ବୁଖାରୀ ବୋଲି ଜଣାପଡ଼ିଛି। ଜାଲ କାଗଜ ପତ୍ର ଦେଇ ଠକେଇ କରୁଥିଲା । ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ସୂଚନା । ଅଭିଯୁକ୍ତ ନିକଟରୁ ୧୦୦ରୁ ଅଧିକ ଜାଲ କାଗଜପତ୍ର ଜବତ କରିଛି ଏସଟିଏଫ ।

କେତେବେଳେ ଡାକ୍ତର ଆଉ କେତେବେଳେ ସେନା ଡାକ୍ତର ପରିଚୟ ଦେଉଥିଲା। ପୁଣି ପିଏମଓ ଓ ଏନଆଇ ଅଧିକାରୀର ମଧ୍ୟ ପରିଚୟ ଦେଇଥିଲା। ଅଭିଯୁକ୍ତ ନିକଟରୁ ନକଲି ଡାକ୍ତରୀ ଡିଗ୍ରୀ ସାର୍ଟିଫିକେଟ ମିଳିଛି। ଏହି ଜବତ ଜାଲ କାଗଜପତ୍ର ଆମେରିକା, କାନେଡା ଓ ଭେଲୋରର । ଅନେକ ଆଇ-କାର୍ଡ, ଏଟିଏମ କାର୍ଡ, ଚେକ, ଆଧାରକାର୍ଡ, ଭିଜିଟିଂ କାର୍ଡ ମଧ୍ୟ ଜବତ କରାଯାଇଛି। କାଶ୍ମୀର, ମହାରାଷ୍ଟ୍ର, ଓଡ଼ିଶାର ୬ରୁ ୭ଝିଅଙ୍କୁ ବିବାହ କରିଥିବା ଜଣାପଡ଼ିଛି। କେରଳ ଓ ପାକିସ୍ତାନର ଅନେକ ସନ୍ଦିଗ୍ଧ ସଂଗଠନ ସହ ଯୋଗାଯୋଗରେ ଥିବା ସୂଚନା । ଅଭିଯୁକ୍ତ ଠାରୁ ୪ଟି ମୋବାଇଲ ଜବତ କରାଯାଇଛି।

ଜଣାପଡିଛି ଯେ, ଠକେଇ ଓ ଜାଲିଆତି ମାମଲାରେ କାଶ୍ମୀର ପୁଲିସ ମଧ୍ୟ ଉକ୍ତ ଅଭିଯୁକ୍ତକୁ ଖୋଜୁୁଥିଲା। ଅଭିଯୁକ୍ତ ମଧ୍ୟରେ NBW ଜାରି ହୋଇଛି।