ପ୍ରାଥମିକ ଶିକ୍ଷାକୁ ଡିଜିଟାଲାଇଜେସନ୍‌ କରିବାକୁ ରାଜ୍ୟ ସରକାର ଅଭିନବ ପ୍ରୟାସ

ପ୍ରାଥମିକ ଶିକ୍ଷାକୁ ଡିଜିଟାଲାଇଜେସନ୍‌ କରିବାକୁ ରାଜ୍ୟ ସରକାର ଅଭିନବ ପଦକ୍ଷେପ ନେଇଛନ୍ତି।

ପ୍ରାଥମିକ ଶିକ୍ଷାକୁ ଡିଜିଟାଲାଇଜେସନ୍‌ କରିବାକୁ ରାଜ୍ୟ ସରକାର ଅଭିନବ ପ୍ରୟାସ

ପ୍ରାଥମିକ ଶିକ୍ଷାକୁ ଡିଜିଟାଲାଇଜେସନ୍‌ କରିବାକୁ ରାଜ୍ୟ ସରକାର ଅଭିନବ ପଦକ୍ଷେପ ନେଇଛନ୍ତି। ଅନଲାଇନ୍‌ରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ପାଇଁ ଶିକ୍ଷକମାନଙ୍କୁ ଟ୍ୟାବ୍‌ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଥିବା ମୋଟ ୯୬, ୭୧୮ ଶିକ୍ଷକଙ୍କୁ ଏହି ଟ୍ୟାବ୍‌ ଦିଆଯିବା ପାଇଁ ଓଡ଼ିଶା ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।ଏହାଦ୍ବାରା ୪୧, ୪୪୭ ସ୍କୁଲ ଉପକୃତ ହେବ ବୋଲି ଜଣାଯାଇଛି।

ଶିକ୍ଷାଦାନ କ୍ଷେତ୍ର‌ରେ ଏହି ଟ୍ୟାବ୍‌ ଶିକ୍ଷକମାନଙ୍କୁ ବିଭିନ୍ନ ପ୍ରକାର ସହାୟତା କରିବ। ଏହା ଜରିଆରେ ଶିକ୍ଷକମାନେ ପିଲାଙ୍କ ବୋଧଗମ୍ୟ ହେବା ଭଳି ବିଷୟବସ୍ତୁର ଅଡିଓ-ଭିଡିଓ, ପାୱାର ପଏଣ୍ଟ‌ ପ୍ରେଜେଣ୍ଟେସନ୍‌ ଓ ପିଡିଏଫ୍‌ ତିଆରି କରିପାରିବେ। ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୟୁଟ୍ୟୁବ୍‌ ଚ୍ୟାନେଲରେ ଥିବା ପାଠ୍ୟ ବିଷୟବସ୍ତକୁ ଏହି ଟ୍ୟାବ୍‌ ଜରିଆରେ ଛାତ୍ରଛାତ୍ରୀଙ୍କୁ ପ୍ରଦର୍ଶିତ କରିପାରିବେ। ଏହାସହ 'ଦୀକ୍ଷା', 'ମଧୁ', ନିଷ୍ଠା ମଡ୍ୟୁଲ, ଇ-ପାଠଶାଳା ପ୍ରଭୃତିରୁ ବିଷୟବସ୍ତୁ ନେଇ ଶିକ୍ଷାଦାନ କରିବାରେ ଏହି ଟ୍ୟାବ୍‌ ଉପଯୋଗୀ ସାବ୍ୟସ୍ତ ହେବ। ସେହିପରି ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରକ୍ରିୟା ଅନ୍‌ଲାଇନ୍‌ରେ ହେଉଥିବାରୁ ସେ ଦିଗରେ ମଧ୍ୟ ଶିକ୍ଷକଙ୍କୁ ସୁବିଧା ହେବ। ଏହାସହ ଅନ୍‌ଲାଇନ୍‌ ବୈଠକ, ଉପସ୍ଥାନ, ଏମ୍‌ଡିଏମ୍‌ ତଥ୍ୟ ପରି ଅନେକ ଅନ୍‌ଲାଇନ୍‌ କାର୍ଯ୍ୟ କରିବାକୁ ସେମାନେ ସୁଯୋଗ ପାଇପାରିବେ। ହେଲେ ଶିକ୍ଷକମାନେ କୌଣସି ବ୍ୟକ୍ତିଗତ କାର୍ଯ୍ୟରେ ଏହି ଟ୍ୟାବ୍‌ ବ୍ୟବହାର କରିପାରିବେ ନାହିଁ।