୯୨ ସାଂସଦଙ୍କୁ ନିଲମ୍ବନ ବିରୋଧରେ ‘ଇଣ୍ଡିଆ ମେଣ୍ଟ’ର ରଣନୀତି
ଶୀତ ଅଧିବେଶନ ବହିଷ୍କାର ନେଇ ଯୋଜନା

୯୨ ସାଂସଦଙ୍କୁ ନିଲମ୍ବନ ବିରୋଧରେ ‘ଇଣ୍ଡିଆ ମେଣ୍ଟ’ର ରଣନୀତି, ଶୀତ ଅଧିବେଶନ ବହିଷ୍କାର ନେଇ ଯୋଜନା
ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ସମୟରେ ଲୋକସଭା ଏବଂ ରାଜ୍ୟସଭାରେ ହୋହାଲ୍ଲା କରିବାକୁ ନେଇ ନିଲମ୍ବିତ ହୋଇଛନ୍ତି। ଏହାକୁ ନେଇ ବିରୋଧୀ ଇଣ୍ଡିଆ ମେଣ୍ଟ ଆକ୍ରମଣାତ୍ମକ ହୋଇଉଠିଛି। ମେଣ୍ଟର ଅନେକ ନେତାଙ୍କ କଡ଼ା ପ୍ରତିକ୍ରିୟା ସାମ୍ନାକୁ ଆସିଛି।
ଏହାରି ମଧ୍ୟରୁ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶୀତ ଅଧିବେଶନରେ ୯୦ରୁ ଅଧିକ ସାଂସଦଙ୍କ ନିଲମ୍ବନ ବିରୋଧରେ ଇଣ୍ଡିଆ ମେଣ୍ଟ ରଣନୀତି ପ୍ରସ୍ତୁତ କରିଛି। ମଙ୍ଗଳବାର, ଇଣ୍ଡିଆ ମେଣ୍ଟ ସଂସଦର ଶୀତଅଧିବେଶନକୁ ବହିଷ୍କାର କରିବା ନେଇ ଯୋଜନା କରୁଛି । କୁହାଯାଉଛି, ମେଣ୍ଟର ସାଂସଦମାନେ ଲୋକସଭା ଏବଂ ରାଜ୍ୟସଭାରେ ଅଧିବେଶନରେ ଭାଗ ନେବେନାହିଁ।
ପାଖାପାଖି ୧୦୦ ସାଂସଦ ନିଲମ୍ବିତ; କିଏ କହିଲେ ଗଣତନ୍ତ୍ରର ହତ୍ୟା ତ ଆଉ କିଏ କହିଲେ ଏକଛତ୍ରବାଦ ଶାସନ
ସୂଚନାଥାଉକି, ଏହି ଅଧିବେଶନରେ ଏପର୍ଯ୍ୟନ୍ତ ୯୨ ସାଂସଦ ନିଲମ୍ବିତ କରାଯାଇସାରିଛନ୍ତି। କେବଳ ସୋମବାର ଲୋକସଭା ଏବଂ ରାଜ୍ୟସଭାରେ ମିଶାଇ ୭୮ ସାଂସଦଙ୍କ ନିଲମ୍ବିତ କରାଯାଇଛି। ଯେଉଁଥିରେ ଲୋକସଭାରୁ ୩୩ ଏବଂ ରାଜ୍ୟସଭାରୁ ୪୫ ସାଂସଦ ସୋମବାର ନିଲମ୍ବିତ କରାଯାଇଛି।
ରିପୋର୍ଟ ଅନୁଯାୟୀ ଇଣ୍ଡିଆ ମେଣ୍ଟ ସହଯୋଗୀ ସାଂସଦଙ୍କ ନିଲମ୍ବନକୁ ଏକଛତ୍ରବାଦୀ ପଦକ୍ଷେପ କହିଛନ୍ତି ଏବଂ କହିଛନ୍ତି ବିରୋଧୀଙ୍କୁ ଚପାଇବାକୁ ସଂସଦରେ ସରକାରଙ୍କ ତରଫରୁ ବୁଲଡୋଜର ଚଲାଯାଉଛି।