ଚଳିତ ବର୍ଷ ରଥଯାତ୍ରା ପାଇଁ ପ୍ରଥମ ସମନ୍ୱୟ ବୈଠକ
ଆକ୍ସନ୍ ପ୍ଲାନ ରିପୋର୍ଟ ଦାଖଲ କରିବେ ବିଭିନ୍ନ ବିଭାଗର ଅଧିକାରୀ

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ବସିଛି ପ୍ରଥମ ସମନ୍ୱୟ ବୈଠକ । କେନ୍ଦ୍ରାଞ୍ଚଳ ଆରଡ଼ିସିଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ସାମିଲ ହୋଇଥିଲେ । ବୈଠକରେ ସେମାନେ ସେମାନଙ୍କ ଆକ୍ସନ୍ ପ୍ଲାନ ରିପୋର୍ଟ ଖୁବ ଶୀଘ୍ର ଦାଖଲ ପାଇଁ କୁହ ଯାଇଛି । ଜୁନ୍ ୨୦ ତାରିଖରେ ପଡ଼ୁଛି ଚଳିତ ବର୍ଷର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଶୃଙ୍ଖଳିତ ଭାବେ ଯାତ୍ରା ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ରାସ୍ତା ମରାମତି, ନାଳ ସଫା, ବିଦ୍ୟୁତ୍ ବ୍ୟବସ୍ଥା ଏବେ ବି ଅବ୍ୟବସ୍ଥା ଘେରରେ ରହିଛି । ରଥ ପୂର୍ବରୁ ଏହି ସବୁ କାମର ତଦାରଖ ନେଇ ନେଇ ପ୍ରସ୍ତୁତି କରାଯାଉଛି ।
ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲାପାଳ ସମର୍ଥ ବର୍ମା, କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ନରସିଂହ ଭୋଳ, ଏସପି କନ୍ୱର୍ ବିଶାଳ ସିଂହ , ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଅଜୟ କୁମାର ଜେନା ଓ ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସମସ୍ଯା ନେଇ ଆଲୋଚନା କରିଥିଲେ । ଏଥିସହ ଆଇନ ବିଭାଗ ସଚିବ ଏବଂ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗ ନେଇ ସମୀକ୍ଷା କରିଥିଲେ