ପୋଖରୀରେ ଲୁଚିଥିଲା ୫ ଫୁଟିଆ ମାଈ କୁମ୍ଭୀର

ପୋଖରୀରେ ଲୁଚିଥିଲା ୫ ଫୁଟିଆ ମାଈ କୁମ୍ଭୀର,ଜାଲ ବସାଇ କାବୁ କଲା ବନବିଭାଗ।

ପୋଖରୀରେ ଲୁଚିଥିଲା ୫ ଫୁଟିଆ ମାଈ କୁମ୍ଭୀର

ପୋଖରୀରେ ଲୁଚିଥିଲା ୫ ଫୁଟିଆ ମାଈ କୁମ୍ଭୀର,ଜାଲ ବସାଇ କାବୁ କଲା ବନବିଭାଗ।ଦୀର୍ଘ ୬ ମାସ ଧରି ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ବିଭିନ୍ନ ନଦୀନାଳ ମାନଙ୍କରେ ଆତଙ୍କ ସୃଷ୍ଟି କରି ଆସୁଛନ୍ତି କୁମ୍ଭୀର।ଗତ ୬ ମାସରେ କୁମ୍ଭୀର ଆକ୍ରମଣରେ ୮ ଜଣ ପ୍ରାଣ ହରାଇଥିବା ବେଳେ ଅତ୍ୟନ୍ତ ଦୁଃଖଦାୟକ ରହିଛି ଏହି ଆକ୍ରମଣରେ ମୃତାହତଙ୍କ ଅବସ୍ଥା।

କେତେବେଳେ କୁମ୍ଭୀର କାହାର ବେକ ଛାଡି ଦେଇ ଯାଇଛି ତ ଆଉ କେତେବେଳେ କେବଳ ଶରୀର ପଡି ରହିଥିବା ଦେଖିବାକୁ ମିଳିଛି।ତେବେ ଏଭଳି ସମୟରେ ଘର ପଛପାଖ ପୋଖରୀରୁ କୁମ୍ଭୀର ଉଦ୍ଧାର ହେବା ଘଟଣା ମଧ୍ୟ ନଜିର ରହିଛି।ଗତ ୨ ତାରିଖ ଦିନ ରାଜନଗର ବ୍ଳକ ଚାନ୍ଦି ବାଉଁଶମୂଳ ପଞ୍ଚାୟତ ଯଦୁଚନ୍ଦ୍ରପୁର ଗାଁର କାଙ୍ଗାଳୀ ପାତ୍ରଙ୍କ ଘର ପଛପାଖ ପୋଖରୀରୁ ଏକ ୨୦ଫୁଟର କୁମ୍ଭୀରକୁ ବନବିଭାଗ ଉଦ୍ଧାର କରିଥିବା ବେଳେ ଆଜି ରାଜନଗର ବ୍ଳକ ଡାଙ୍ଗମାଳ ପଞ୍ଚାୟତ ବାଙ୍କୁଆଳ ଗାଁର ସୁମିତ୍ରା ରାଉତଙ୍କ ପୋଖରୀରେ ଏକ ମଣିଷଖିଆ କୁମ୍ଭୀରକୁ ଦେଖିବାକୁ ପାଇଥିଲେ ପରିବାର ଓ ଗାଁ ଲୋକେ।

ତେବେ ସଙ୍ଗେସଙ୍ଗେ ରାଜନଗର ବନବିଭାଗକୁ ଖବର ଦେବା ପରେ ବନବିଭାଗ ପକ୍ଷରୁ କନିକା ରେଞ୍ଜ ଅଫିସର ମାନସ କୁମାର ଦାଶଙ୍କ ନିର୍ଦ୍ଦେଶକ୍ରମେ କର୍ମଚାରୀ ଯଶୋବନ୍ତ ବେହେରା, ଚନ୍ଦ୍ରମଣି ପରିଡା, ଶେଖ ରଫିକ,ମନୋରଞ୍ଜନ ବେହେରା ପହଞ୍ଚି ପୋଖରୀର ଚତୁଃପାର୍ଶ୍ଵରେ ଜାଲ ବସାଇ ଦୀର୍ଘ ସମୟ ପରେ କୁମ୍ଭୀରଟିକୁ ଉଦ୍ଧାର କରିଥିଲେ।ପରେ ଉଦ୍ଧାର କୁମ୍ଭୀରଟି ମାଈ କୁମ୍ଭୀର ଓ ଏହାର ଲମ୍ବ ୫ ଫୁଟ ୩ ଇଞ୍ଚ ବୋଲି ବନବିଭାଗ ସୂଚନା ଦେଇ ଭିତରକନିକା ନଦୀରେ ଏହାକୁ ଛାଡିଥିବା ସୂଚନା ଦେଇଛନ୍ତି ରେଞ୍ଜ ଅଫିସର।