ନିର୍ବନ୍ଧରେ ବାନ୍ଧି ହେଲେ ପୂର୍ବତନ ବିଧାୟକ ବିଜୟ ଶଙ୍କର ଦାସ
ସତ୍ୟପାଠରେ ପ୍ରତ୍ୟୁଷା ଅଭିବାହିତା ବୋଲି ଦର୍ଶାଇଥିଲେ। ହେଲେ ଏହାକୁ ଜୋରଦାର ବିରୋଧ କରିଥିଲେ ପୂର୍ବ ବାନ୍ଧବୀ ସୋମାଲିକା ଦାଶ

ନିର୍ବନ୍ଧରେ ବାନ୍ଧି ହେଲେ ପୂର୍ବତନ ବିଧାୟକ ବିଜୟ ଶଙ୍କର ଦାସ | ବାନ୍ଧବୀ ପ୍ରତ୍ୟୁଷା ନନ୍ଦଙ୍କ ସହ ନିର୍ବନ୍ଧ | ସୋସିଆଲ ମିଡିଆରେ ନିର୍ବନ୍ଧ ଫଟୋ ପୋଷ୍ଟ କଲେ ଦୁହେଁ | ପୂର୍ବରୁ ବାନ୍ଧବୀଙ୍କୁ ପ୍ରତାରଣା ନେଇ ବିବାଦରେ ଥିଲେ ବିଜୟ ଶଙ୍କର ଦାସ |
ସୂଚନା ଅନୁସାରେ, ପୂର୍ବରୁ ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ କରିବା ପାଇଁ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ କଟକ ବିବାହ ପଞ୍ଜୀକରଣ ଅଧିକାରୀଙ୍କ ପାଖରେ ଆବେଦନ କରିଥିଲେ।
ସତ୍ୟପାଠରେ ପ୍ରତ୍ୟୁଷା ଅଭିବାହିତା ବୋଲି ଦର୍ଶାଇଥିଲେ। ହେଲେ ଏହାକୁ ଜୋରଦାର ବିରୋଧ କରିଥିଲେ ପୂର୍ବ ବାନ୍ଧବୀ ସୋମାଲିକା ଦାଶ। ପ୍ରତ୍ୟୁଷା ପୂର୍ବରୁ ବିବାହ କରିଥିବା ବେଳେ ସତ୍ୟପାଠରେ କେମିତି ଅବିବାହିତା ବୋଲି ଦର୍ଶା ଯାଇଛି ବୋଲି ପ୍ରଶ୍ନ କରିଥିଲେ ସୋମାଲିକା। ସୋମାଲିକାଙ୍କ ଏହି ଅଭିଯୋଗକୁ ଗୁରୁତର ସହ ନେଇଥିଲେ କଟକ ବିବାହ ପଞ୍ଜୀକରଣ ଅଧିକାରୀ।
ପ୍ରତ୍ୟୁଷାଙ୍କ ବିବାହ ନେଇ କ'ଣ ପ୍ରମାଣ ରହିଛି, ତାହା ଦାଖଲ କରିବା ପାଇଁ ସୋମାଲିକାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ସୋମାଲିକା, ପ୍ରତ୍ୟୁଷାଙ୍କ ବିବାହ ନେଇ ପ୍ରମାଣ ଦାଖଲ କରିଥିଲେ। କଟକ ବିବାହ ପଞ୍ଜୀକରଣ ଅଧିକାରୀ ତଥ୍ୟ ପ୍ରମାଣକୁ ଯାଞ୍ଚ କରିବା ସହିତ ବିଜୟ ଶଙ୍କର ଓ ପ୍ରତ୍ୟୁଷାଙ୍କ ସ୍ୱାମୀଙ୍କୁ ହାଜର ପାଇଁ ନୋଟିସ୍ କରିଥିଲେ। ମାତ୍ର ବିଜୟ ଶଙ୍କର ହାଜର ହୋଇନଥିଲେ। ହେଲେ ପ୍ରତ୍ୟୁଷାଙ୍କ ସ୍ୱାମୀ ହାଜର ହୋଇ ପ୍ରମାଣ ଦେଖାଲ କରିଥିଲେ। ବିବାହ ପରେ ଛାଡ଼ପତ୍ର ହୋଇଥିବା ପ୍ରତ୍ୟୁଷାଙ୍କ ସ୍ୱାମୀ କହିଥିଲେ।
ଏହାପରେ ସୋମାଲିକା ଓ ପ୍ରତ୍ୟୁଷାଙ୍କ ସ୍ୱାମୀଙ୍କ ପ୍ରମାଣ ଆଧାରରେ ବିଜୟ ଶଙ୍କରଙ୍କ ବିବାହ ଆବେଦନ ଖାରଜ ହୋଇଥିଲା | କିନ୍ତୁ ବର୍ତମାନ ବିଜୟ ଶଙ୍କର ଦାସ ଓ ପ୍ରତ୍ୟୁଷା ନନ୍ଦ ନିର୍ବନ୍ଧ କରିସାରିଛନ୍ତି |