ଆଳୁ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ବଡ ବୟାନ
ଚାଷୀ ବଞ୍ଚାଇବା କାର୍ଯ୍ୟକ୍ରମ ପୂର୍ବ ସରକାର କରି ନ ଥିଲେ। ଏବେ ପଞ୍ଜାବ ଓ ଉତ୍ତରପ୍ରଦେଶରୁ ଆଳୁ ଆସିଛି।

ଆଳୁ ଦାମ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ଓୟୁଏଟି ପ୍ରତିଷ୍ଠା ଦିବସରେ ଯୋଗ ଦେଇ ପୂର୍ବ ସରକାରଙ୍କ ଉପରେ ବର୍ଷିଛନ୍ତି ମୋହନ।
ସେ କହିଛନ୍ତି, ପୂର୍ବ ସରକାରରେ କୃତ୍ରିମ ସମସ୍ୟା ତିଆରି କରାଯାଇଥିଲା। ଆଳୁ ମିଶନକୁ ନିଜ ସରକାରକୁ ବଞ୍ଚାଇବାକୁ କରିଥିଲେ।
ଚାଷୀ ବଞ୍ଚାଇବା କାର୍ଯ୍ୟକ୍ରମ ପୂର୍ବ ସରକାର କରି ନ ଥିଲେ। ଏବେ ପଞ୍ଜାବ ଓ ଉତ୍ତରପ୍ରଦେଶରୁ ଆଳୁ ଆସିଛି। ଆଉ ଏବେ ଆଳୁ ସମସ୍ୟା ସମାଧାନ ହୋଇଛି।
ଭଲ କିସମର ଆଳୁ ଗବେଷଣା କରିବାକୁ OUATକୁ ମୁଖ୍ୟମନ୍ତ୍ରୀ ଆହ୍ବନ କରିଛନ୍ତି। ପିପିପି ମୋଡରେ ଶୀତଳ ଭଣ୍ଡାର କରାଯିବ ବୋଲି ମୋହନ ମାଝି କହିଛନ୍ତି।