ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଏନ୍ ଏସ ଏସ ଦିବସ ପାଳିତ

ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଏନ୍ ଏସ ଏସ ( ଜାତୀୟ ସେବା ଯୋଜନା ) ଦିବସ ପାଳିତ ହୋଇଯାଇଛି।

ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଏନ୍ ଏସ ଏସ ଦିବସ ପାଳିତ

ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଏନ୍ ଏସ ଏସ ( ଜାତୀୟ ସେବା ଯୋଜନା ) ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ସଭାପତିତ୍ବ କରି ସ୍ବେଚ୍ଛାସେବୀ ମାନେ ନିସ୍ୱାର୍ଥାପର ଭାବେ ସମାଜ ର ଅବହେଳିତ ଲୋକଙ୍କ ସେବା କରିବାକୁ ଆହ୍ବାନ ଦେଇଥିଲେ।

ଗାଁ ର ଉନ୍ନତି ହେଲେ ଦେଶର ଉନ୍ନତି ହେବ ,ତେଣୁ ସ୍ବେଛାସେବୀ ମାନେ ବସ୍ତି /ଗୋଷ୍ଠୀ କୁ ଯାଇ ସେମାନଙ୍କ ଅସୁବିଧା ବୁଝି ସମସ୍ୟା ସମାଧାନ କଲେ ଗାଁ ର ଉନ୍ନତି ହେବା ସହିତ ଦେଶର ଉନ୍ନତି ହୋଇପାରିବ ବୋଲି ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନିରଞ୍ଜନ ନାୟକ ମତବ୍ୟକ୍ତ କରିଥିଲେ।

ଅଧ୍ୟାପିକା ସମ୍ବେଦିତା ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଷ୍ଠା ଏକାଗ୍ରତା ସହ କାର୍ଯ୍ୟ କଲେ ସଫଳତା ମିଳିବ ବୋଲି କହିଥିଲେ ।ଅଧ୍ୟାପିକା ସ୍ମୃତିରେଖା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ସ୍ବେଛାସେବୀ ମାନେ କଲେଜ ରୁ ବାହାରି ସହର ପରିକ୍ରମା କରିଥିଲେ ।

ସୁଶାନ୍ତ କୁମାର ପୋଥାଳ ଭୁବନ ଢେ଼ଙ୍କାନାଳ