ବିଚାର ବିଭାଗ ଅବସରପ୍ରାପ୍ତ କର୍ମଚାରୀମାନଙ୍କର ବନ୍ଧୁମିଳନ 

ସ୍ଥାନୀୟ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ଢେଙ୍କାନାଳ ଜିଲ୍ଲା ବିଚାର ବିଭାଗ କର୍ମଚାରୀ ମାନଙ୍କର ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଥିଲା

ବିଚାର ବିଭାଗ ଅବସରପ୍ରାପ୍ତ କର୍ମଚାରୀମାନଙ୍କର ବନ୍ଧୁମିଳନ 

ବିଚାର ବିଭାଗ ଅବସରପ୍ରାପ୍ତ କର୍ମଚାରୀମାନଙ୍କର ବନ୍ଧୁମିଳନ 
ଢେଙ୍କାନାଳ, ୯/୪: ଅଦ୍ୟ ରବିବାର ଦିବା ୧୧ ଘଟିକା ସମୟରେ ସ୍ଥାନୀୟ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ଢେଙ୍କାନାଳ ଜିଲ୍ଲା ବିଚାର ବିଭାଗ କର୍ମଚାରୀ ମାନଙ୍କର ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଥିଲା । ଏହି ବନ୍ଧୁମିଳନ ସଭାରେ ନିଜନିଜର ଅଭାବ, ଅସୁବିଧା, ଅଫିସର ଚାକିରୀ କାଳମଧ୍ୟରେ ନିଜର ଅନୁଭୁତି ଏବଂ ବର୍ତମାନ ଅବସର ପରେ ସମାଜରେ କିପରି କିଛି ଜନସେବା କରିବା, ସେଥପାଇଁ ସମସ୍ତେ ଏକତ୍ରୀତ ହୋଇ ସମାଜ ସେବା ତଥା କିଛି ଗଠନମୂଳକ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନେଇଥିଲେ । ଏଥୁରେ ନୃସିଂହ ଚରଣ ମହାପାତ୍ର ସଭାପତି, କୁଳମଣି ନାୟକ ସମ୍ପାଦକ, ଯୁଗଳ କିଶୋର ସାହୁ, ସୁଧାଂଶୁ ଶେଖର ନନ୍ଦ, ଛାୟାକାନ୍ତ ନାଥ, ଶରତ ଚନ୍ଦ୍ର ପଟ୍ଟନାୟକ, ଭଗବାନ ପଣ୍ଡା, ନନ୍ଦ କିଶୋର ଦଲେଇ, କଣ୍ଡୁରୀ ଚରଣ ସାହୁଙ୍କ ସମେତ ଅନେକ କର୍ମଚାରୀ ଉପସ୍ଥିତ ରହି ସେମାନଙ୍କର ମତାମତ ପ୍ରଦାନ କରିଥିଲେ ।