ଅଲଗା ହେବେ ଅଭିଷେକ-ଐଶ୍ୱର୍ଯ୍ୟା
ଅଲଗା ହେବେ ଅଭିଷେକ-ଐଶ୍ୱର୍ଯ୍ୟା

ଏକାଠି ନଜର ଆସିଲେନି ଅଭିଷେକ-ଐଶ୍ୱର୍ଯ୍ୟା। ଲାଗୁଛି ଅଲଗା ହେବା ଖବର ସତ। ଖୁବଶୀଘ୍ର ଅଲଗା ହୋଇପାରନ୍ତି ଅଭିଷେକ-ଐଶ୍ୱର୍ଯ୍ୟା। ଅନନ୍ତ ଏବଂ ରାଧିକାଙ୍କ ବିବାହରେ ଅଲଗା ଅଲଗା ଏହି ଯୋଡିଙ୍କୁ ଦେଖିବାକୁ ମିଳିଥିଲା। ଅନନ୍ତ ଏବଂ ରାଧିକାଙ୍କୁ ଆଶୀର୍ବାଦ କରିବାକୁ ଆସିଥିଲେ ବଚ୍ଚନ ଫ୍ୟାମିଲି। ଏହି ସମୟ ମଧ୍ୟରେ ପୁରା ବଚ୍ଚନ ପରିବାରକୁ ପାରମ୍ପରିକ ପୋଷାକରେ ଦେଖିବାକୁ ମିଳିଥିଲା । ଯେଉଁ ଭିଡିଓରେ ଅମିତାଭ, ଜୟା, ଅଭିଷେକ , ବିଗ୍ ବି ଙ୍କ ଝିଅ ଶ୍ୱେତା ଏବଂ ତାଙ୍କ ଜ୍ୱାଇଁ ଏକାଠି ନଜର ଆସିଥିଲେ। ନାତୁଣୀ ନଭ୍ୟା ନାଭେଲି ନନ୍ଦା ଏବଂ ନାତି ଅଗସ୍ତ୍ୟ ନନ୍ଦା ମଧ୍ୟ ନଜର ଆସିଥିଲେ। ହେଲେ ଅଲଗା ଆସିଥିଲେ ଐଶ୍ୱର୍ଯ୍ୟା। ଆଉ ତାଙ୍କ ସହ ଥିଲେ ତାଙ୍କ ଝିଅ ଆରାଧ୍ୟା ବଚ୍ଚନ। ଏହା ଦେଖିବା ପରେ ପୁଣିଥରେ ସେମାନଙ୍କ ବୈବାହିକ ଜୀବନରେ କିଛି ଠିକ୍ ଚାଲିନଥିବା ଶୁଣିବାକୁ ମିଳୁଛି।ବୋଧହୁଏ ଅଭିଷେକ-ଐଶ୍ୱ ର୍ଯ୍ୟା ଅଲଗା ହେବାକୁ ଯାଉଛନ୍ତି। ଯେଉଁଥି ପାଇଁ ବଚ୍ଚନ ପରିବାର ସହ ପ୍ରବେଶ କରିନଥିଲେ ଐଶ୍ୱର୍ଯ୍ୟା।
ନିକଟରେ ଅନନ୍ତ ଅମ୍ୱାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହରେ ବହୁ ବଲିଉଡ ସେଲିବ୍ରେଟି ସାମିଲ ହୋଇଥିଲେ। ଏହି ଉତ୍ସବରେ ବଲିଉଡ ସହ ବହୁ ଟଲିଉଡ ଏବଂ ହଲିଉଡ କଳାକାର ବି ଗ୍ରାଣ୍ଡ ବିବାହ ଉତ୍ସବରେ ସାମିଲ ହୋଇଥିଲେ। ନିମନ୍ତ୍ରଣ ରଖି ସାମିଲ ହୋଇଥିଲେ ବଚ୍ଚନ ପରିବାର।