ବରଗଡ଼ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ତିନି ତିନିଟି ସରକାରୀ ସଭା
ବରଗଡ଼ ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭାରମ୍ଭ ବେଳେ ମୁଖ୍ୟମନ୍ତ୍ରୀ ସବୁଠି ନିର୍ବାଚନୀ ସଭା ଭଳି ସରକାରଙ୍କ ସଫଳତା ବଖାଣିଲେ ।

ଝାରବନ୍ଧ, ପାଇକମାଳ ଓ ପଦ୍ମପୁର । ବରଗଡ଼ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ତିନି ତିନିଟି ସରକାରୀ ସଭା ।
ବରଗଡ଼ ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭାରମ୍ଭ ବେଳେ ମୁଖ୍ୟମନ୍ତ୍ରୀ ସବୁଠି ନିର୍ବାଚନୀ ସଭା ଭଳି ସରକାରଙ୍କ ସଫଳତା ବଖାଣିଲେ ।
ପଦମପୁର ନିର୍ବାଚନମଣ୍ଡଳୀର ବିକାଶଧାରାକୁ ନୂଆ ଦିଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଝାରବନ୍ଧ, ପାଇକମାଳ ଓ ପଦମପୁର ବ୍ଲକରେ ବିଭିନ୍ନ ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି।
ପଦମପୁରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ ଓ ମିଶନ ଶକ୍ତି ମା'ଙ୍କୁ ଋଣ ସହାୟତା ପ୍ରଦାନ
ଅନ୍ୟପକ୍ଷରେ କିନ୍ତୁ ପରୋକ୍ଷରେ ବିଜେପିକୁ କଟାକ୍ଷ କରିଥିଲେ ନବୀନ । ପଦ୍ମପୁର ବାଇ-ଇଲେକ୍ସନ ବେଳେ କେନ୍ଦ୍ରମନ୍ତ୍ରୀମାନେ ଦେଇଥିବା ପ୍ରତିଶ୍ରୁତି କଥା ମନେ ପକାଇ କହିଥିଲେ ‘ରେଲୱେ ପ୍ରକଳ୍ପ, ଧାନ ସଂଗ୍ରହ, ଫସଲ ବୀମା ଓ କେନ୍ଦୁପତ୍ର ସବସିଡି ନେଇ ସେମାନେ ଯାହା ଘୋଷଣା କରିଥିଲେ, ନୃସିଂହନାଥଙ୍କୁ ପ୍ରାର୍ଥନା ସେ ପ୍ରତିଶ୍ରୁତି ସବୁ ତାଙ୍କୁ ଟିକେ ମନେ ପକାଇ ଦିଅନ୍ତୁ ।
ସେପଟେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ୍ ଓ ପଦ୍ମପୁର ଜିଲ୍ଲା ଘୋଷଣାରେ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଏ ପ୍ରତିଶ୍ରୁତି ଏବେ ବି ଘୋଷଣାରେ ସୀମିତ । ଜିଲ୍ଲା ଘୋଷଣାର ନିର୍ଦ୍ଧାରିତ ତାରିଖ ନକହିବା ପଦ୍ମପୁରବାସୀଙ୍କ ପ୍ରତି ପ୍ରତାରଣା ସଦୃଶ ନୁହେଁ କି ? ତା ସହିତ ସୋହେଲାରେ ଚାଷୀଙ୍କ ପାଇଁ ଘୋଷଣା କରିଥିବା ୧୦୦ ଟଙ୍କା ବୋନସ୍ ରାଜ୍ୟ ସରକାର ଦେଇଛନ୍ତି କି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ।
ସେହିପରି ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଛନ୍ତି ନବୀନ ଆଗ ପଦ୍ମପୁରକୁ ଚିହ୍ନନ୍ତୁ ଓ ସମସ୍ୟା ବୁଝନ୍ତୁ । ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ପାଇଁ ଜମି ଏବେ ଯାଏଁ ରାଜ୍ୟ ସରକାର ଯୋଗାଇ ଦେଲେନି । ବିଜେପି ନେତା ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି ଜିଲ୍ଲା ମାନ୍ୟତା ପ୍ରଦାନ ନେଇ ନବୀନ ପଦ୍ମପୁରବାସୀଙ୍କୁ ଧୋକା ଦେଇଛନ୍ତି । ଚାଷୀଙ୍କୁ ଦେଇଥିବା ୨ଶହ କୋଟିର ଇନପୁଟ୍ ସବସିଡି ଓ କେନ୍ଦୁପତ୍ର ତୋଳାଳିଙ୍କୁ ଶହେ ପର୍ସେଣ୍ଟ ବୋନସ୍ ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ବି ପାଲଟା ପ୍ରଶ୍ନ କରିଛନ୍ତି ପ୍ରଦୀପ ।
ପଦ୍ମପୁର ଉପ-ନିର୍ବାଚନ ବେଳେ ଉଭୟ ବିଜୁ ଜନତା ଦଳ ଓ ରାଜ୍ୟ ସରକାରଙ୍କୁ ଅକଳରେ ପକାଇଥିବା ଏ ପ୍ରସଙ୍ଗରେ ଆଜି ମୁଖ୍ୟମନ୍ତ୍ରୀ କୌଣସି ଠୋସ୍ ଘୋଷଣା କରିବା ଅନୁମାନ କରାଯାଉଥିଲା । ହେଲେ ଆହୁରି ବର୍ଷେ ଝୁଲିଲା ପଦ୍ମପୁରକୁ ନୂଆ ଜିଲ୍ଲା ମାନ୍ୟତା ଆଶା ।