ଆଇଆଇସିଙ୍କ ବିପୁଳ ପରିମାଣର ସଂପତ୍ତି ଠାବ
ବରଗଡ଼ ଜିଲ୍ଲା ଗାଇସିଲେଟ ଆଇଆଇସି ବୀରବର ଭଗତଙ୍କ ବିପୁଳ ପରିମାଣର ଆୟ ବହିର୍ଭୂତ ସଂପତ୍ତି ଠାବ କରିଛି ଭିଜିଲାନ୍ସ।

ବରଗଡ଼ ଜିଲ୍ଲା ଗାଇସିଲେଟ ଆଇଆଇସି ବୀରବର ଭଗତଙ୍କ ବିପୁଳ ପରିମାଣର ଆୟ ବହିର୍ଭୂତ ସଂପତ୍ତି ଠାବ କରିଛି ଭିଜିଲାନ୍ସ। ବିଭିନ୍ନ ଠିକଣାରେ ଚଢ଼ାଉ ବେଳେ ଭଗତ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ସଂପତ୍ତି ଠାବ କରାଯାଇଛି। ଅଇଁଠାପାଲିରେ ଦୁଇ ମହଲା କୋଠା, କବ୍ରାପାଲିରେ ଏକ ଫାର୍ମ ହାଉସ, ସମ୍ବଲପୁର ସହର ଓ ବାଣାଇରେ ଜମି, ପାଖାପାଖି ୧୬୫ ଗ୍ରାମ ସୁନା ଗହଣା,ନଗଦ ୭୯ ହଜାର ୪୬୦ ଟଙ୍କା, ଦୁଇଟି ଚାରି ଚକିଆ ଯାନ ( ମାରୁତି ସୁଇଫ୍ଟ ଡିଜାୟର ) ଓ ଦୁଇ ଚକିଆ ଯାନ ଠାବ କରିଛି ଭିଜିଲାନ୍ସ। ଚଢ଼ାଉ ଜାରି ରହିଛି।