ରାଜନୀତିରୁ ସନ୍ନ୍ୟାସ ନେବେ ସୋନିଆ ଗାନ୍ଧୀ

ରାଜନୀତିରୁ ସନ୍ନ୍ୟାସ ନେବେ ସୋନିଆ ଗାନ୍ଧୀ

ରାଜନୀତିରୁ ସନ୍ନ୍ୟାସ ନେବେ ସୋନିଆ ଗାନ୍ଧୀ

ରାୟପୁର,:ଭାରତ ଯୋଡ଼ୋ ଯାତ୍ରା’ ସହିତ ମୋ ‘ଇନିଙ୍ଗସ୍‌’ର ପରିସମାପ୍ତି ଘଟିପାରେ ବୋଲି ରାଜନୀତିରୁ ଅବସର ଗ୍ରହଣ କରିବା ଆଭାସ ଦେଇ ଆଜି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ କହିଛନ୍ତି ।ଛତିଶଗଡ଼ ରାଜଧାନୀ ରାୟପୁରରେ ଚାଲିଥିବା କଂଗ୍ରେସର ୩ଦିନିଆ ମାନସମନ୍ଥନ କନ୍‌କ୍ଲେଭ୍‌ରେ ଉପସ୍ଥିତ ୧୫,୦୦୦ ପ୍ରତିନିଧିଙ୍କୁ ଉଦ୍‌ବୋଧନ ଦେଇ ସୋନିଆ ଗାନ୍ଧୀ କହିଲେ, ଡକ୍ଟର ମନମୋହନ ସିଂହଙ୍କ ଦକ୍ଷ ନେତୃତ୍ୱ ସହିତ ୨୦୦୪ ଓ ୨୦୦୯ରେ ଆମର ବିଜୟ ମତେ ବ୍ୟକ୍ତିଗତ ସନ୍ତୋଷ ଦେଇଥିଲା । କିନ୍ତୁ,ଭାରତ ଯୋଡ଼ୋ ଯାତ୍ରା’ ସଙ୍ଗେ ମୋର ଇନିଙ୍ଗ୍‌ସ୍ ଶେଷ ହେଉଥିବା କଥା ମତେ ଖୁବ୍‌ ଆନନ୍ଦ ଦେଉଛି । ଏହି ଯାତ୍ରା ନିଷ୍ପତ୍ତି ଗ୍ରହଣ କରିବାର ଅବସର ଆଣିଦେଇଛି । ଭାରତବାସୀ ସହାବସ୍ଥାନ, ସହନଶୀଳତା ଏବଂ ସମାନତା ଚାହାଁନ୍ତି ବୋଲି ଏହି ଯାତ୍ରା ପ୍ରମାଣିତ କରିଛି ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାମଗ୍ରିକ ଭାବେ ଦଳ ଓ ଦେଶ ଗୋଟାଏ ଆହ୍ୱାନପୂର୍ଣ୍ଣ ସମୟ ଦେଇ ଗତି କରୁଛନ୍ତି । ଏଭଳି ଏକ ସମୟ ଯେତେବେଳେ ‘ବିଜେପି-ଆରଆରଏସ୍‌’ ଭାରତର ପ୍ରତିଟି ପ୍ରତିଷ୍ଠାନକୁ ଅକ୍ତିଆର କରିବସିଛି । ଅଳ୍ପ କେତେଜଣ ବ୍ୟବସାୟୀଙ୍କୁ ସମର୍ଥନ ଦେଇ ସେମାନେ ଦେଶର ଅର୍ଥନୀତିକୁ ଧ୍ୱଂସ କରିଛନ୍ତି ।ଉଲ୍ଲେଖଯୋଗ୍ୟ, ଶୁକ୍ରବାରଠାରୁ ରାୟପୁରରେ କଂଗ୍ରେସର ୮୫ତମ ଅଧିବେଶନ ଆରମ୍ଭ ହୋଇଛି ।

ଏଥିରେ ୨୦୨୪ ସାଧାରଣ ନିର୍ବାଚନ ଏବଂ ଅନ୍ୟ ବିରୋଧୀ ଦଳମାନଙ୍କ ସହିତ ମେଣ୍ଟ ଆଦି ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଆଶା କରାଯାଉଛି ।