ବିରଜା କ୍ଷେତ୍ର ସୌନ୍ଦର୍ଯ୍ୟ ଦୁଇଗୁଣିତ ହେବ, ଦୁଇ ମାସ ମଧ୍ୟରେ ଶେଷ ହେବ ୧୮୩ ଫୁଟ ଉଚ୍ଚ ଶିବଙ୍କ ଧାନମୁଦ୍ରା ମୂର୍ତ୍ତି,
ବିରଜା ପୀଠ ଚାରି ପାର୍ଶ୍ବରେ ୧୦୮ ଶିବ ଲିଙ୍ଗ ରହିଛନ୍ତି। ତେଣୁଏଠାରେ ଏକସଙ୍ଗେ ଶିବ ଦର୍ଶନ ସହ ଦେବୀ ଦର୍ଶନର ପୁଣ୍ୟ ମିଳିଥାଏ।

ଆଉ ଦୁଇ ମାସ ମଧ୍ୟରେ ଶେଷ ହେବ ଯାଜପୁର ଠାରେ ନିର୍ମିତ ହେଉଥିବା ୧୮୩ ଫୁଟର ବିଶାଳ କାୟ ଧ୍ୟାନ ମୁଦ୍ରାରେ ବସିଥିବା ଶିବ ମୂର୍ତ୍ତି
ଯାଜପୁରରେ ନିର୍ମାଣ ହେଉଛି ବିଶାଳ ଶିବ ମୂର୍ତ୍ତି। ତାହା ଲିଙ୍ଗ କି ଆର୍ଶୀବାଦ ମୁଦ୍ରାରେ ନୁହେଁ, ବରଂ ଶିବଙ୍କ ଧ୍ୟାନ ମଗ୍ନ ମୁଦ୍ରାରେ ବସିଥିବା ମୂର୍ତ୍ତି। ଶୈବକ୍ଷେତ୍ର ଯାଜପୁରରେ କୋଣ ଅନୁକୋଣରେ ଶିବ ଲିଙ୍ଗ ରହିଥିବା ବେଳେ ବୈତରଣୀ ନଦୀକୂଳ ବରାହକ୍ଷେତ୍ରରେ ଦେଖିବାକୁ ମିଳିବ ସବୁଠାରୁ ବଡ ଧ୍ୟାନମଗ୍ନ ମହାଦେବ ଶିବ ମୂର୍ତ୍ତି। ଯାହାକି ସାରା ଦେଶରେ ଅନନ୍ୟ ଓ ସବୁଠାରୁ ଉଚ୍ଚତମ ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଛି। ଶୈବ ଭକ୍ତଙ୍କ ଭିତରେ ଏହା ଭକ୍ତିଭାବକୁ ଦ୍ୱିଗୁଣିତ କରିବ। ଏହି ମୂର୍ତ୍ତିର ଉଚ୍ଚତା ୧୮୩ ଫୁଟ ହେଉଛି।
ଟାର୍ଗେଟ ଫେଲ୍, ଶତ ଚେଷ୍ଟା ସତ୍ତ୍ବେ ଶିବରାତ୍ରୀ ପାଇଁ ସରି ପାରିଲା ନାହିଁ ନିର୍ମାଣ କାର୍ଯ୍ୟ, ଶେଷ ପର୍ଯ୍ୟାୟରେ ......
ଏହି ବିଶାଳ ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ୨ ମାସ ଭିତରେ ଏହା ପୂର୍ଣ୍ଣ ରୂପ ନେବ। ଏହି ମହାଦେବ ମୂର୍ତ୍ତି ଦର୍ଶନ ଲାଗି ଶ୍ରଦ୍ଦାଳୁଙ୍କ ନିମନ୍ତ ଲିପ୍ଟର ବ୍ୟବସ୍ଥା ମଧ୍ୟ କରାଯିବ। ବିଶ୍ୱରର ସବୁଠାରୁ ବଡ଼ ଧ୍ୟାନ ମଗ୍ନ ଶିବ ମୂର୍ତ୍ତି କରାଯାଉଥିବାରୁ ଧାର୍ମିକ ଦୃଷ୍ଟିକୋଣ ଓ ବୈଷୟିକ ଦୃଷ୍ଟି କୋଣରୁ ବିଚାର କରି ପଦକ୍ଷେପ ନିଆଯାଉଛି ବୋଲି ଜିଲ୍ଲାପାଳ ଚକ୍ରବର୍ତ୍ତିସିଂହ ରାଠୋର କହିଛନ୍ତି।