ଗୋଟିଏ ଦିନ ବଢ଼ିଲା କଟକ ବାଲିଯାତ୍ରା

ଗୋଟିଏ ଦିନ ବଢ଼ିଲା କଟକ ବାଲିଯାତ୍ରା

ଜନ ସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଦିନେ ବଢ଼ିଲା କଟକର ଐତିହାସିକ ବାଲିଯାତ୍ରା । ବାଲିଯାତ୍ରାର ଅବଧି ବୃଦ୍ଧି କଲେ ରାଜ୍ୟ ସରକାର । ଏନେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଛଛନ୍ତି । କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ଆଜି ଶେଷ ହେବାର ଥିଲା, କିନ୍ତୁ ଦିନ ଟିଏ ଅବଧି ବୃଦ୍ଧି ହେବା ଫଳରେ ଆସନ୍ତାକାଲି ଶେଷ ହେବ ବାଲିଯାତ୍ରା ।

ପ୍ରତ୍ୟେକ ଦିନ ବାଲିଯାତ୍ରାକୁ ହଜାର ହଜାର ଦର୍ଶକ ମେଳା ବୁଲିବାକୁ ଆସୁଛନ୍ତି । କିଣାକିଣି ସାଙ୍ଗକୁ ବିଭିନ୍ନ ପ୍ରକାର ଦୋଳିର ମଜା ଉଠାଉଛନ୍ତି । ଖାଲି ଦୋଳି ନୁହେଁ, ବାରିପଦା ମୁଢିମାଂସ ସାଙ୍ଗକୁ ଓରମାସ ଫୁଡଷ୍ଟଲରୁ ମଜା ଉଠାଉଛନ୍ତି ସଭିଏ । ତାସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଭରପୁର ଉପଭୋଗ କରୁଛନ୍ତି ପିଲାଠୁ ବୁଢା ।

ଚଳିତ ବର୍ଷ ୧୪ଶହରୁ ଅଧିକ ଷ୍ଟଲ ହୋଇଥିବା ବେଳେ ଓରମାସ ପକ୍ଷରୁ ୪ଶହରୁ ଅଧିକ ଷ୍ଟଲ କରାଯାଇଛି । କଟକ-ଇନ-କଟକ ପ୍ୟାଭିଲିୟନରେ ଗାଁ ସଂସ୍କୃତି, ପରମ୍ପରା ଆଦିକୁ ସ୍ଥାନ ଦିଆଯାଇଛି । ଏଥି ସହିତ ୩୦ ଫୁଟ୍ ଉଚ୍ଚର ବାଲୁକା କଳା ସହ ଏଲଇଡି ଲାଇଟ୍, ଲେଜର ଶୋ' ଆଦି କରାଯାଇଛି । ଡଷ୍ଟ ଫ୍ରି ବାଲିଯାତ୍ରା ପାଇଁ ପଡିଆରେ ସ୍ୱତନ୍ତ୍ର କେମିକାଲ ବ୍ୟବହାର କରିବାକୁ ବ୍ୟବସ୍ଥା ହୋଇଛି ।