ଆଜି ଜାଗର – ଉତ୍ସବମୁଖର ରାଜ୍ୟର ସମସ୍ତ ଶୈବ ପୀଠ

ଆଖଣ୍ଡଳମଣିଙ୍କର ରାତ୍ର ୧ଟାରେ ସୁନାବେଶ : ଭୋର ୫ଟାରେ ମନ୍ଦିରଚୂଡାକୁ ଉଠିବ ମହାଦୀପ

ଆଜି ଜାଗର – ଉତ୍ସବମୁଖର ରାଜ୍ୟର ସମସ୍ତ ଶୈବ ପୀଠ

ଆଜି ଜାଗର – ଉତ୍ସବମୁଖର ଆରଡ଼ି ଧାମରେ ଲାଗିହେଲା ନୂଆନେତ

ଆରଡି,: ଆଜି ପବିତ୍ର ମହା ଶିବରାତ୍ରୀ(ଜାଗର) ସାରା ରାଜ୍ୟର ପ୍ରମୁଖ ଶୈବପୀଠ ଚଳଚଞ୍ଚଳ । ରାଜଧାନୀର ଲିଙ୍ଗରାଜ ମନ୍ଦିର, କଟକର ଧବଳେଶ୍ବର, ଗଡ଼ଗଡ଼େଶ୍ବର ପୀଠ, ଭଦ୍ରକର ଆଖଣ୍ଡଳମଣି, ଢେଙ୍କାନାଳର କପିଳାସ, ନୟାଗଡ଼ର ଲଡ଼ୁବାବା ପୀଠ, ସମ୍ବଲପୁରର ପ୍ରସିଦ୍ଧ ଶୈବ ପୀଠ ହୁମା ବିମଳେଶ୍ବର ବାବାଙ୍କ ବକ୍ର ମନ୍ଦିର, ପୁରୀର ଲୋକନାଥ ମନ୍ଦିର ଓ ରାଉରକେଲାର ବେଦବ୍ୟାସ ରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବା ପାଇଁ ମିଳିଛି । ଏଥିପାଇଁ ଉତ୍ସବମୁଖର ବାବା ଆଖଣ୍ଡଳମଣିଙ୍କ ପୀଠ। ଶୁକ୍ରବାର ଏକବାର ନୀତି ନିମନ୍ତେ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସରିବା ପରେ ମଧ୍ଯାହ୍ନ ନୀତି , ଯୋଗୀବେଶ, ବଡସିଂହାର ବେଶ ଅନୁଷ୍ଠିତ ହୋଇଥିଲା।