କ୍ୟାପିଟାଲ ଥାନାରେ ଭିକେ ପାଣ୍ଡିଆନ୍‌ଙ୍କ ନାଁରେ ଏତଲା

କ୍ୟାପିଟାଲ ଥାନାରେ ଭିକେ ପାଣ୍ଡିଆନ୍‌ଙ୍କ ନାଁରେ ଏତଲା ହୋଇଛି

କ୍ୟାପିଟାଲ ଥାନାରେ ଭିକେ ପାଣ୍ଡିଆନ୍‌ଙ୍କ ନାଁରେ ଏତଲା

ପାଣ୍ଡିଆନଙ୍କ ନାଁ ରେ ଏତଲା ।  କ୍ୟାପିଟାଲ ଥାନାରେ ଭିକେ ପାଣ୍ଡିଆନ୍‌ଙ୍କ ନାଁରେ ଏତଲା ହୋଇଛି । ଏକ କିମ୍ବା ଦୁଇ କୋଟି ନୁହଁ ନିର୍ବାଚନକୁ ନିଜ ଆଡକୁ ପ୍ରଭାବିତ କରିବାକୁ 300 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଭିକେ ପାଣ୍ଡିଆନ ।  ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଅଭିଯୋଗ ଆଇନଜୀବି ତଥା ସୂଚନା ଅଧିକାର କର୍ମୀ ସୁଧୀର ମହାନ୍ତି ।  

ଅଭିଯୋଗ ଅନୁସାରେ ନିର୍ବାଚନ ସମୟରେ ସରକାରୀ ଅର୍ଥ ଅପବ୍ୟବହାର, ସରକାରୀ ଆଇନ ଉଲଂଘନ କରୁଥିଲେ ଭିକେ ପାଣ୍ଡିଆନ ।  କୋଟି କୋଟି ଟଙ୍କା ମାଫିଆଙ୍କ ଠାରୁ ଆଦାୟ କରି ସେସବୁ ଖର୍ଚ୍ଚ କରିଛନ୍ତି । ତାଙ୍କର ଏଭଳି କାର୍ଯ୍ୟ ରାଜ୍ୟର ବିକାଶରେ ପ୍ରତିବନ୍ଧକ ସାଜଛି ।  ଏହି ଦୃଷ୍ଟିରୁ ଏକ କମିଟି ଗଠନ କରାଯାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି।