ଅମାନିଆ ଚାଳକଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ସହରାଞ୍ଚଳରେ ପରିବହନ ବ୍ୟବସ୍ଥାକୁ ଅଧିକ ସହଜ ଓ ସୁବିଧାଜନକ ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ମୋ ବସ୍’ ସେବା ଆରମ୍ଭ କରିଛନ୍ତି

ସହରାଞ୍ଚଳରେ ପରିବହନ ବ୍ୟବସ୍ଥାକୁ ଅଧିକ ସହଜ ଓ ସୁବିଧାଜନକ ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ମୋ ବସ୍’ ସେବା ଆରମ୍ଭ କରିଛନ୍ତି। କିନ୍ତୁ ଏହି ସେବା ଦ୍ବାରା ଅନେକଙ୍କ ଜୀବନକୁ ବିଗତ ଦିନରେ କ୍ଷତି ପହଞ୍ଚିଛି। ସର୍ବସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବେ କଠୋର ଦିଗରେ କାମ କରିବାକୁ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାର ହୃଦୟଙ୍ଗମ କରିଛନ୍ତି ଯେ, ମୋ ବସ୍ର ଦ୍ରୁତଗତି ପାଇଁ ଅନେକ ସ୍ଥାନରେ ଦୁର୍ଘଟଣା ଘଟୁଛି। ତେଣୁ ଏହାର ଗତି ନିୟନ୍ତ୍ରଣ ପାଇଁ ଖୁବ୍ ଶୀଘ୍ର ପଦକ୍ଷେପ ନେବାକୁ ଯାଉଛନ୍ତି।
ସୂଚନାଯୋଗ୍ୟ, ନିୟନ୍ତ୍ରଣରେ ନରହି ମୋ ବସ୍ ଚଳାଚଳ କରୁଥିବାରୁ ବିଗତ ଦିନରେ ଅନେକ ସ୍ଥାନରେ ମୋ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କିଛି ଲଗାମ ବିନୀନ ଚାଳକଙ୍କ ଯୋଗୁଁ ସାଧାରଣ ଜନତାଙ୍କର କ୍ଷତି ହୋଇଛି। ଗତ ୨ ତାରିଖ ଦିନ ମୋ ବସ୍ ଜଣେ ଯୁବତୀଙ୍କୁ ଧକ୍କା ଦେଇଥିଲା। ରାଜଧାନୀ ଭୁବନେଶ୍ବରରେ ଘଟିଥିବା ଏହି ଘଟଣା ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତେଜିତ ଲୋକେ ୧୫ଟି ମୋ ବସକୁ ଅଟକ ରଖିଥିଲେ। ପଳରେ ନନ୍ଦନକାନନ-ଜୟଦେବ ବିହାର ରାସ୍ତାରେ ସାଢେ ୩ ଘଣ୍ଟା ମୋ ବସ୍ ଚଳାଚଳ ବନ୍ଦ ରହିଥିଲା।